ଭଦ୍ରକ ୦୫।୦୯ : ସାପ କାମୁଡ଼ାରେ ସ୍ୱାମୀ-ସ୍ତ୍ରୀ ମୃତ । ସ୍ତ୍ରୀ ମୃତ୍ୟୁର ଗୋଟିଏ ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଭଦ୍ରକ ପୀରହାଟ ଥାନା ମଧୁପୁର ଗାଁରେ ଘଟିଛି ଘଟଣା । ଗାଁରେ ଖେଳିଯାଇଛି ଶୋକର ଛାୟା ।

ଖବର ଅନୁଯାୟୀ, ଗତ ୩ ତାରିଖରେ ସ୍ତ୍ରୀ ଓ ୪ ତାରିଖରେ ହସ୍ପିଟାଲରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ବାଉଁଶ ଗଦାରେ ସାପ କାମୁଡ଼ିବା ପରେ ହସ୍ପିଟାଲରେ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି । ହଠାତ୍ ଗୁରୁତର ହୋଇ ପଡ଼ିଥିଲେ ସ୍ତ୍ରୀ । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read:-Temple Loot: ମନ୍ଦିରରେ କଳାକନା ବୁଲାଇଲେ ଚୋର, CCTV ହାର୍ଡଡିସ୍କ ବି ନେଇଗଲେ

ସେପଟେ ଶବ ବ୍ୟବଚ୍ଛେଦ ପାଇଁ ଉଭୟଙ୍କ ମୃତଦେହକୁ ମେଡିକାଲକୁ ପଠାଯାଇଛି । ସ୍ତ୍ରୀଙ୍କ ମୃତଦେହକୁ ମାଟିତଳୁ ଖୋଳି ବାହାର କରାଯାଇଛି । ପୋଷ୍ଟମର୍ଟମ ଚାଲିଛି । ରିପୋର୍ଟ ଆସିବେ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।