ମୁମ୍ବାଇ ୦୯।୦୭ : ୟଶଙ୍କ ‘ଟକ୍ସିକ’ ଏବେ ଚର୍ଚ୍ଚାରେ ଅଛି । କେତେକ ଥର ପୋଷ୍ଟପୋନ ହେବା ପରେ ଏବେ ଶେଷରେ ରିଲିଜ୍ ହେବାକୁ ଯାଉଛି । ୨୬ଅଗଷ୍ଟ ୨୦୨୬ରେ ଫିଲ୍ମ ରିଲିଜ ହେବ । ଏନେଇ ମେକର୍ସ ଏହି ଖାସ୍ ଦିନ ବାଛିଛନ୍ତି । କିନ୍ତୁ ଏହାର କିଛି ଦିନ ପୂର୍ବରୁ ଫିଲ୍ମର ଗୀତ ‘ତବାହୀ’ ସାମ୍ନାକୁ ଆସିଛି । ଏହି ଗୀତରେ କିଆରା ଆଡ଼ଭାନୀଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଯାହାକୁ ନେଇ ବହୁ ଟ୍ରୋଲ୍ ବି ହେଉଛନ୍ତି ।

ୟଶଙ୍କ ପିଲ୍ମରେ ୫ ଜଣ ଅଭିନେତ୍ରୀ କାମ କରୁଛନ୍ତି । ଯେଉଁଥିରେ କିଆରା ଆଡ଼ଭାନୀଙ୍କ ବ୍ୟତୀତ ନୟନତାରା, ଋକ୍ମଣୀ ବସନ୍ତ, ହୁମା କ୍ୟୁରେଶୀ ଏବଂ ତାରା ସୁତାରିଆ ସାମିଲ ଅଛନ୍ତି । ହେଲେ କିଆରା ଫିଲ୍ମରେ ୟଶଙ୍କ ଲଭ ଇଣ୍ଟରେଷ୍ଟର ଚରିତ୍ର ନିଭାଉଛନ୍ତି । ଯାହାଙ୍କ ନାଁ- NADIA ହେବ ।

କିଆରା ଆଡ଼ଭାନୀଙ୍କ ବ୍ୟତୀତ ୟଶ ଏବଂ ମେକର୍ସ ବି ଇଣ୍ଟିମେଣ୍ଟ ସିନ୍ସକୁ ନେଇ ବହୁ ଟ୍ରୋଲ୍ ହେଉଛନ୍ତି । ବିଶେଷ କରି ନିର୍ଦ୍ଦେଶକ ଗୀତକୁ ନେଇ ଲୋକଙ୍କ କହିବା ଅନୁସାରେ କେଉଁ ପ୍ରକାର ଫିଲ୍ମକୁ ନିର୍ମାଣ କରିଛନ୍ତି । ଯେଉଁଥିରେ ମହିଳାଙ୍କୁ ଏହିଭଳି ଭାବେ ଦେଖାଯାଇଛି । ଏହି ସବୁ ଭିତରେ ଏହା କିଆରା ଆଡ଼ଭାନୀଙ୍କ ଲାଗି ଏହା ଏକ ବଡ଼ ଫିଲ୍ମ ଅଟେ ।

ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ, କିଆରା ଆଡ଼ଭାନୀ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’ ଲାଗି ପ୍ରାୟ ୧୫ କୋଟି ଫିସ୍ ନେଇଛନ୍ତି । ଏହା ପୂର୍ବରୁ ତାଙ୍କୁ କୌଣସି ବି ପ୍ରୋଜେକ୍ଟ ଲାଗି ଏତେ ଟଙ୍କା ମିଳି ନାହିଁ । ସେହିଭଳି ୟଶ ଫିଲ୍ମରେ ପ୍ରଫିଟ ସେୟାରିଂ ମଡେଲ ଉପରେ ଡିଲ୍ କରିଛନ୍ତି। କାରଣ କୋ-ପ୍ରଡ୍ୟୁସର ବି ଅଟନ୍ତି । ଚର୍ଚ୍ଚା ଏଭଳି ହେଉଛି କି ସେ ୫୦ କୋଟି ନେଇଛନ୍ତି ।

୨୦୨୬ ୟଶଙ୍କ ଲାଗି ବହୁ ବଡ଼ ସାବ୍ୟସ୍ତ ହୋଇପାରେ। ଯଦି ତାଙ୍କର ‘ଟକ୍ସିକ’ ବକ୍ସ ଅଫିସରେ ଭଲ କଲେକ୍ସନ କରିବାରେ ସଫଳ ହୋଇଯାଏ । ପ୍ରକାଶ ଯେ, ଦିଓ୍ବାଲୀ ଅବସରରେ ତାଙ୍କ ଫିଲ୍ମ ‘ରାମାୟଣ’ବି ଆସୁଛି । ଯେଉଁଥିରେ ସେ ରାବଣ ହୋଇଛନ୍ତି ଏବଂ ଫିଲ୍ମର କୋ-ପ୍ରଡ୍ୟୁସର ବି ଅଟନ୍ତି । ପ୍ରକାଶ ଯେ, KGF ୨ ପରେ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ ।