ମେଷ - ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ପରିବାରରେ ଖୁସିର ପରିବେଶ ରହିବ ଓ ବଡ଼ମାନଙ୍କ ସହଯୋଗ ପାଇବେ। ଧନ ପ୍ରାପ୍ତିର ନୂତନ ସୁଯୋଗ ମିଳିପାରେ। ମିତ୍ରଙ୍କ ସହିତ ସମୟ ଭଲ କଟିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ।

ବୃଷ - ଚନ୍ଦ୍ର ପ୍ରଭାବରେ ମନ କିଛି ଚଞ୍ଚଳ ରହିପାରେ। କାର୍ଯ୍ୟରେ ଧର୍ଯ୍ୟ ଧରିଲେ ସଫଳତା ମିଳିବ। ପରିବାରରେ ସମ୍ମାନ ବଢ଼ିବ ଓ ଶୁଭ ସମ୍ବାଦ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ମିଥୁନ - ଘାତ ବାର ଥିବାରୁ ଆଜି ସତର୍କ ରହିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନ କାରବାରରେ ଅତି ସାବଧାନ ରୁହନ୍ତୁ। ପରିବାରରେ ଧର୍ଯ୍ୟ ଧରି କଥାବାର୍ତ୍ତା କରନ୍ତୁ। ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ। ଭଗବାନଙ୍କ ସ୍ମରଣ କଲେ ମନ ଶାନ୍ତ ରହିବ।

କର୍କଟ - ଆଜି ମନରେ ଉତ୍ସାହ ବଢ଼ିବ ଓ କାର୍ଯ୍ୟରେ ସଫଳତା ମିଳିବ। ପରିବାରରେ ଶାନ୍ତି ଓ ସମ୍ମାନ ରହିବ। ଧନ ଲାଭର ସମ୍ଭାବନା ଅଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଶୁଭ କାର୍ଯ୍ୟରେ ଯୋଗଦାନ କରିବେ।

ସିଂହ - ଆଜି ଆପଣଙ୍କ ପ୍ରତିଭା ପ୍ରକାଶ ପାଇବ। ଚାକିରିରେ ଉପରୋକ୍ତ ଅଧିକାରୀଙ୍କ ପ୍ରଶଂସା ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ପରିବାରରେ ଖୁସିର ପରିବେଶ ରହିବ। ଧନ ପ୍ରାପ୍ତିର ଯୋଗ ଅଛି। ଯାତ୍ରାରେ ସତର୍କ ରୁହନ୍ତୁ।

କନ୍ୟା - ଆଜି ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ କିନ୍ତୁ ଶୀଘ୍ର ସମାଧାନ ହେବ। ଧନ ସଞ୍ଚୟରେ ସଫଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଶିକ୍ଷାକ୍ଷେତ୍ରରେ ଶୁଭ ଫଳ ମିଳିବ।

ତୁଳା - ଆଜି ଦିନଟି ମଧ୍ୟମ ଫଳଦାୟକ ରହିବ। ନୂତନ ପରିଚୟ ଆଗାମୀଦିନରେ ଲାଭ ଦେବ। ଚାକିରିରେ ନୂତନ ଦାୟିତ୍ୱ ମିଳିପାରେ। ପରିବାରରେ ସମ୍ପର୍କ ମଧୁର ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ।

ବିଛା - ଘାତ ଚନ୍ଦ୍ର ଥିବାରୁ ଆଜି ସତର୍କ ରହିବା ଭଲ। ସ୍ୱାସ୍ଥ୍ୟରେ କ୍ଲାନ୍ତି ଓ ମନୋଚାପ ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନ ନିବେଶରେ ତ୍ୱରାହୁଡ଼ କରନ୍ତୁ ନାହିଁ। ପରିବାରରେ ଧର୍ଯ୍ୟ ଧରି କଥା କହନ୍ତୁ। ଭଗବାନଙ୍କ ନାମ ସ୍ମରଣ କଲେ ଶାନ୍ତି ମିଳିବ।

ଧନୁ - ଆଜି ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ନୂତନ ସଫଳତା ପାଇବେ। ପରିବାରରେ ଆନନ୍ଦ ଓ ଶାନ୍ତି ରହିବ। ଧନ ଲାଭର ସୁଯୋଗ ମିଳିବ। ମିତ୍ରଙ୍କ ସହଯୋଗ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ମକର - ଆଜି ପରିଶ୍ରମର ଭଲ ଫଳ ମିଳିବ। ବ୍ୟବସାୟରେ ଉନ୍ନତି ଓ ଧନ ଲାଭ ହେବ। ପରିବାରରେ ଶୁଭ କାର୍ଯ୍ୟର ଯୋଗ ରହିଛି। ନୂତନ ଯୋଜନା ଆରମ୍ଭ କରିପାରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଦରକାର। ଯାତ୍ରାରେ ସତର୍କ ରୁହନ୍ତୁ।

କୁମ୍ଭ - ଆଜି ମନରେ ସକାରାତ୍ମକ ଚିନ୍ତା ରହିବ। ଚାକିରିରେ ଉନ୍ନତିର ସୂଚନା ମିଳିପାରେ। ପରିବାରରେ ସମସ୍ତଙ୍କ ସହ ସମ୍ପର୍କ ଭଲ ରହିବ। ଧନ ସମ୍ବନ୍ଧୀୟ କାମରେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ମୀନ - ଆଜି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ଧନ ପ୍ରାପ୍ତିର ଯୋଗ ଅଛି। ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁବିଧା ହୋଇପାରେ। ସନ୍ଧ୍ୟା ସମୟ ଶୁଭ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682