News7 Logo

ସ୍ମାର୍ଟ ଫିଚର୍ସ ! ବୋଲ୍ଡ ବ୍ଲାକ୍ ଲୁକ୍... କମ୍ ଦାମ୍‌ରେ ADAS କାର

NEWS7
amaze

ନୂଆଦିଲ୍ଲୀ ୧୮।୦୯: Honda Cars India ନିଜର କମ୍ପାକ୍ଟ ସେଡାନ୍ର ଥାର୍ଡ ଜେନେରେସନ Honda Amazeକୁ ପ୍ରିମିୟମ୍ ଟଚ୍ ଦେଇଛି । ଏହାକୁ କମ୍ପାନୀ କ୍ରିଷ୍ଟାଲ୍ ବ୍ଲାକ୍ ପର୍ଲ କଲରରେ ଲଞ୍ଚ କରିଛି । କମ୍ପାନୀ କହିଛି ଯେ ବ୍ଲାକ୍ କଲର ୟଙ୍ଗ ଜେନେରେସନ ଏବଂ ଷ୍ଟାଇଲ୍-ଫୋକସ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ।

ବର୍ତ୍ତମାନ ଏହାର ନୂଆ ସେଡ୍ Amazeର ସୁନ୍ଦରତା ଏବଂ ସ୍ପୋର୍ଟି ଆକର୍ଷଣକୁ ଆହୁରି ବୃଦ୍ଧି କରିଛି । ଏହାର ସ୍ୱତନ୍ତ୍ର ଷ୍ଟାଇଲିଂ, ସ୍ପେଶିଅସ୍ ଇଣ୍ଟେରିଅର୍ ଏବଂ ଆଡଭାନ୍ସ ସେଫ୍ଟି ଫିଚର ରହିଛି । ଯେଉଁ କାରଣରୁ ଏବେ ଗ୍ରାହକଙ୍କ ମଧ୍ୟରେ ନିଜ ସ୍ଥାନ ପକ୍କା କରିଛି Honda Amaze ।

ଏହି ସେଡାନ୍‌ରେ ୧.୨-ଲିଟର, ୪-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ଦିଆଯାଇଛି ।  ଯାହା ୯୦ bhp ପାୱାର ଏବଂ ୧୧୦ Nm ଟର୍କ ଜେନେରେଟ୍ କରିଥାଏ । କାରଟି ୫-ସ୍ପିଡ୍ ମାନୁଆଲ୍ ଗିଅରବକ୍ସ ଏବଂ CVT ଅଟୋମେଟିକ ଟ୍ରାନ୍ସମିସନ୍ ଉଭୟ ବିକଳ୍ପ ସହିତ ମିଳିଥାଏ । ମାଇଲେଜ୍ ଦୃଷ୍ଟିରୁ ମାନୁଆଲ୍ ଭାରିଆଣ୍ଟ ୧୮.୬୫ କିଲୋମିଟର/ଲିଟର କମ୍ପାନୀ ପ୍ରଦାନ କରେ ଏବଂ CVT ଭାରିଆଣ୍ଟ 1୯.୪୬ କିଲୋମିଟର/ଲିଟର ମାଇଲେଜ୍ ପ୍ରଦାନ କରିଥାଏ ।

ଥାର୍ଡ-ଜେନେରେ ଆମେଜର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହା ଲେଭଲ୍-୨ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ (ADAS)ର କାର । ଏହା ଭାରତର ସବୁଠାରୁ ସୁଲଭ କାର । ଏହାର ପ୍ରାରମ୍ଭିକ ଦାମ୍  ୮ ଲକ୍ଷ ୯ ହଜାର ଟଙ୍କା । ଆଉ ଏହାର କ୍ରିଷ୍ଟାଲ୍ ବ୍ଲାକ୍ କଲରର ବେସ୍ ମଡେଲ୍ 'V'ର ଦାମ୍ ୮ ଲକ୍ଷ ୧୮ ହଜାର ଟଙ୍କା ।