କଟକ ୧୧: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ବିବାଦରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପର ବାଲିଯାତ୍ରା ପଡିଆରେ ଯଥାବିଧି ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଉପର ବାଲିଯାତ୍ରା ପଡିଆକୁ ଆୟୋଜନରୁ ବାଦ୍ ଦେଇଥିଲା ପ୍ରଶାସନ

ତେବେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । କଟକ ଜିଲ୍ଲା ପ୍ରଶାସନ ଉପର ବାଲିଯାତ୍ରା ପଡିଆକୁ ଆୟୋଜନରୁ ବାଦ୍ ଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉପର ବାଲିଯାତ୍ରା ପଡିଆରେ ପ୍ରସ୍ତୁତି ସମୀକ୍ଷା କରିଥିଲେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ଓ ଅନ୍ୟ ବିଭାଗୀୟ ଅଧିକାରୀ । ସମୀକ୍ଷା ପରେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

​​​​​​​

ସେପଟେ ପ୍ରଶାସନ ଏତେ ବିଳମ୍ବରେ ନିଷ୍ପତ୍ତି ନେଇଥିବାରୁ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୁଧବାର ଠାରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ଉପର ପଡ଼ିଆରେ ପୂର୍ଣ୍ଣାଙ୍ଗ ଆୟୋଜନ କିଭଳି ସମ୍ଭବ ହେବ ସେ ନେଇ ବ୍ୟବସାୟୀ ମାନେ ପ୍ରଶ୍ନ କରିଛନ୍ତି ।