ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ସ୍ତର ଦିନକୁ ଦିନ ବଢିବାରେ ଲାଗିଛି। ଡାକ୍ତର ଓ ଅନେକ ତଥ୍ୟ ମୁତାବିକ ଏଠାରେ ରହିବା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହେବାରେ ଲାଗିଛି। ତାଜା ରିପୋର୍ଟ ଅନୁସାରେ , ଦିଲ୍ଲୀରେ ହେବାକୁ ଥିବା ପ୍ରତି ସାତଟି ମୃତ୍ୟୁରୁ ଗୋଟିଏ କାରଣ ସହରରେ ଥିବା ବିଷାକ୍ତ ବାୟୁ। ଲାଟେଷ୍ଟ ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ (ଜିବିଡି) ଡାଟାର ଆନାଲିସିସ୍‌ ମୁତାବିକ, ୨୦୨୩ରେ ଦିଲ୍ଲୀରେ ହେବାକୁ ଥିବା ସବୁ ମୃତ୍ୟୁ ମଧ୍ୟରୁ ପାଖାପାଖି ୧୫ ପ୍ରତିଶତ ବାୟୁରେ ଥିବା ପ୍ରଦୂଷଣ କାରଣରୁ ହୋଇଥିଲା।

ଚଳିତ ମାସର ଆରମ୍ଭରେ ଇନଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ମେଟ୍ରିକ୍ସ ଆଣ୍ଡ ଇଭେଲ୍ୟୁସନ (ଆଇଏଚଏମଇ) ଦ୍ୱାରା ଜାରି ଡାଟା ଆଧାରିତ ଏହି ଆନାଲିସିସ୍‌ରେ ଅନୁମାନ ଲଗାଯାଇଛି ଯେ, ଗତ ବର୍ଷ ଦେଶର ରାଜଧାନୀରେ ପାଖାପାଖି ୧୭,୧୮୮ ଟି ମୃତ୍ୟୁ ପାର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌ ୨.୫) ପଲ୍ୟୁସନର ଲମ୍ୱା ସମୟ ଯାଏ ସଂପର୍କରେ ରହିବା ସହ ଜଡ଼ିତ ଥିଲା। ଏହାର ଅର୍ଥ ଯେ, ଦିଲ୍ଲୀରେ ହେବାକୁ ଥିବା ପ୍ରତି ସାତଟିରୁ ଗୋଟିଏ ମୃତ୍ୟୁ ସହରର ବିଷାକ୍ତ ବାୟୁ କାରଣରୁ ହୋଇଛି।

ଏହି ଚିନ୍ତାଜନକ ତଥ୍ୟ ସତ୍ତ୍ୱେ , କେନ୍ଦ୍ରୀୟ ପରିବେଶ ମନ୍ତ୍ରଣାଳୟ କହିଛି ଯେ, ଏୟାର ପଲ୍ୟୁସନକୁ ସିଧା ଭାବେ ମୃତ୍ୟୁ ହାର ସହ ଯୋଡ଼ିବାର କୌଣସି ପ୍ରକୃତ ପ୍ରମାଣ ନାହିଁ। ମନ୍ତ୍ରଣାଳୟ ପଲ୍ୟୁସନକୁ ମୃତ୍ୟୁର କାରଣ ସାଜିଥିବା ଅନେକ କାରକ ମଧ୍ୟରୁ ଗୋଟିଏ ବୋଲି କହିଛି। ହେଲେ ଅନେକ ବିଶେଷଜ୍ଞଙ୍କ ବିଶ୍ୱାସ ଯେ, ପ୍ରଦୂଷଣ କେବଳ ଏକ ପରିବେଶୀୟ ପ୍ରସଙ୍ଗ ନୁହେଁ , ବରଂ ଏକ ସାର୍ବଜନିକ ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ।

ଜିବିଡି ଆନାଲିସିସ୍‌ରୁ ଜଣାପଡ଼ିଛି ଯେ, ଦିଲ୍ଲୀରେ ଏୟାର ପଲ୍ୟୁସନ ସମ୍ୱନ୍ଧିତ ମୃତ୍ୟୁ ୨୦୧୮ରେ ୧୫,୭୮୬ରୁ ବଢି ୨୦୨୩ରେ ୧୭,୧୮୮ ହୋଇଛି। ଏହି ସମୟରେ ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିଜ୍‌ରେ ହେବାକୁ ଥିବା ମୃତ୍ୟୁ ମଧ୍ୟ ବଢିଛି,କିନ୍ତୁ ଏହା ଏୟାର ପଲ୍ୟୁସନରେ ହେବାକୁ ଥିବା ମୃତ୍ୟୁ ଠାରୁ କମ୍‌ ରହିଛି। ସିଆରଇଏର ରିସର୍ଚର୍ସ କହିଛନ୍ତି ଯେ, ବର୍ଷକୁ ବର୍ଷ ପରିବର୍ତ୍ତନ ସତ୍ତ୍ୱେ , ପାର୍ଟିକୁଲେଟ୍‌ ମ୍ୟାଟର ପଲ୍ୟୁସନରୁ ହେବାକୁ ଥିବା ମୃତ୍ୟୁ ସଂଖ୍ୟା ଲଗାତାର ଅଧିକ ରହିଛି।