କଟକ ୨୧୧: ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାରେ ଦେଖିବାକୁ ମିଳିବା ଥ୍ରୀଡି ସ୍କ୍ରିନ୍ । ସାଧବ ପୁଅ ମାନଙ୍କ ସମ୍ପର୍କରେ ଅଧିକ ଜାଣିବା ସହ କିଭଳି ସାଧବ ପୁଅ ମାନେ ଦରିଆ ପାରି ଯାଇ ବ୍ୟବସାୟ କରୁଥିଲେ ତାହାର ସବିଶେଷ କାହାଣୀ ଥ୍ରୀଡି ସ୍କ୍ରିନ୍ ମାଧ୍ୟମରେ ସାରା ଓଡ଼ିଶାବାସୀ ବାଲିଯାତ୍ରାରେ ଦେଖିବାକୁ ପାଇବେ । ଏଥିପାଇଁ ଦୁଇଟି ସ୍କ୍ରିନ୍ ବାଲିଯାତ୍ରା ପଡିଆରେ ଲଗାଯିବ ।

ସେହିଭଳି ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟର ଅବଧିକୁ ବୃଦ୍ଧି କରାଯାଇଛି । ଚଳିତବର୍ଷ ରାତି ୧୧ଟା ଯାଏ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଏ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ୨ଟି ମଞ୍ଚରେ ରାତି ୧୧ଟା ଯାଏ ବାଜିପାରିବ ମାଇକ୍ । ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚ ପାଇଁ ଏହି ନିୟମ ଲାଗୁ କରାଯାଇଛି । ପୂର୍ବ ବର୍ଷ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଥିଲା ।