ଢେଙ୍କାନାଳ: ହିନ୍ଦୋଳର ହାତୀ ମାରି ପୋତିଦେବା ଘଟଣାରେ ଆକ୍ସନ ମୋଡରେ ବନ ବିଭାଗ। ଘଟଣାରେ ହିନ୍ଦୋଳ ଫରେଷ୍ଟର ଦୀପ୍ତିରଞ୍ଜନ ଆଚାର୍ଯ୍ୟଙ୍କୁ ନିଲମ୍ବିତ କରିଛି ବିଭାଗ। ସେହିଭଳି ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଅନୁଗୁଳ ଆରସିସିଏଫ।

ସେପଟେ ହିନ୍ଦୋଳ ହାତୀ ମାରି ପୋତିବା ଘଟଣାରେ ଫାର୍ମ ମାଲିକଙ୍କ ଜାମିନ ନାମଞ୍ଜୁର ହେବାପରେ ବନ ବିଭାଗ ଦୋଷୀମାନଙ୍କୁ ହିନ୍ଦୋଳ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି। ଫାର୍ମ ମାଲିକ ପ୍ରମୋଦ ରାଜ, ଜେସିବି ଚାଳକ ସୁଧୀର ଭୁତିଆ, ଫାର୍ମ ଜଗୁଆଳୀ ରାଜୀବ ଚୌଧୁରୀଙ୍କୁ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଛି। ଏହାସହ ସମ୍ପୃକ୍ତ ଫାର୍ମ ହାଉସକୁ ସିଲ୍ କରିବା ସହ ଫାର୍ମ ହାଉସରେ ହାତୀ ପୋତିବା ପାଇଁ ବ୍ୟବହୃତ ଜେସିବ ମେସିନକୁ ନରସିଂହପୁର ଅଞ୍ଚଳରୁ ଜବତ କରିବା ସହ ଦୁଇଟି ବାଇକ ଜବତ କରିଛି ହିନ୍ଦୋଳ ବନବିଭାଗ । ଏହି ଘଟଣାରେ ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ବନ ବିଭାଗ ସୂଚନା ପାଇଛି I

Also Read: Tiger Jinnat : ଶିମିଳିପାଳରୁ ଆସିଲା ଖୁସିର ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ବାଘୁଣୀ ଜିନ୍ନତ

ସୂଚନାଥାଉକି, ଫାର୍ମକୁ ଏକ ମାଖନା ହାତୀ ପଶି ଫସଲ ନଷ୍ଟ କରୁଥିବାରୁ ପ୍ରମୋଦ ରାଜ ଫାର୍ମ ଚାରିପାଖରେ କରେଣ୍ଟ ସଂଯୋଗ କରିଥିଲେ। ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଖନା ହାତୀଟିର ମୃତ୍ୟୁ ହୋଇଥିଲା। ଏହା ପରେ ଫାର୍ମ ମାଲିକ ହାତୀକୁ ମାଟି ଖୋଳି ସେହି ଫାର୍ମ ଭିତରେ ପୋତିଦେଇଥିଲେ I କିନ୍ତୁ ବନବିଭାଗ ଗୁଇନ୍ଦା ସୂତ୍ରରୁ ଖବର ପାଇଁ ଫାର୍ମରୁ ମାଟି ଖୋଳି ହାତୀର ଶବ ଉଦ୍ଧାର କରିଥିଲା। ଆଉ ମାଲିକଙ୍କ ସମେତ ୪ ଜଣକୁ ଗିରଫ କରିଥିଲା।