ନୂଆଦିଲ୍ଲୀ: କୋଟିପତିମାନେ ସବୁବେଳେ ଭଲ ସୁବିଧା, ଅଧିକ ଆୟ ଓ ଟ୍ୟାକ୍ସ ଛାଡ଼ ଖୋଜୁଛନ୍ତି। ଏଥିପାଇଁ ସେମାନଙ୍କୁ ଯେଉଁ ଦେଶରେ ଏସବୁ ସୁବିଧା ମିଳୁଛି, ସେମାନେ ନିଜ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ହେନଲି ପ୍ରାଇଭେଟ୍ ୱେଲ୍ଥ ମାଇଗ୍ରେସନ୍ ରିପୋର୍ଟ ୨୦୨୬ କହୁଛି, ଏବର୍ଷ ରେକର୍ଡ ସଂଖ୍ୟକ ୧୬.୫ ଲକ୍ଷ କୋଟିପତି ସ୍ଥାନାନ୍ତରିତ ହେବାର ଆଶା କରାଯାଉଛି। ତେବେ ଗତ ବର୍ଷ ଏହି ସଂଖ୍ୟା ୧୪.୨ ଲକ୍ଷ ଥିଲା।

ସେହିପରି ୨୦୨୪ ମସିହାର ତଥ୍ୟ ଯଦି ଦେଖିବା ଏହି ସଂଖ୍ୟା ୧୩୪,୦୦୦ ଥିବା ବେଳେ ୨୦୧୩ରେ ଏହା ମାତ୍ର ୫୧,୦୦୦ ଥିଲା। ଧନୀ ପରିବାରଗୁଡ଼ିକ ଏବେ କେବଳ ଟିକସ ଛାଡ଼ ପାଇଁ ନୁହେଁ ବରଂ ସ୍ଥିରତା, ସୁରକ୍ଷା ଏବଂ ଉତ୍ତମ ନିବେଶ ସୁଯୋଗ ପାଇଁ ଅନ୍ୟ ଦେଶକୁ ସ୍ଥାନାନ୍ତରିତ ହେଉଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ ହେଉଛି ଏମାନଙ୍କର ପସନ୍ଦର ଦେଶ। ଏହି ଦୃଷ୍ଟିରୁ ୟୁଏଇର ୮୫.୩ ସ୍କୋର ସହିତ ସବୁଠାରୁ ପସନ୍ଦ ୱେଲ୍ଥ ହବ୍ ଭାବା ଉଭା ହୋଇଛି। ଏ କ୍ଷେତ୍ରରେ ଭାରତର ସ୍କୋର ୫୬.୫।

ଆମେରିକା ଛାଡିବାକୁ ପ୍ରସ୍ତୁତ ଅଧିକାଂଶ ଧନୀ ପରିବାର

ଆମେରିକାର ୱେଲ୍ଥ ମୋବୋଲିଟି ସ୍କୋର ମାତ୍ର ୬୨.୩ ରହିଛି। ଆମେରିକାର ସର୍ବାଧିକ କୋଟିପତି ଅନ୍ୟ ଦେଶର ନାଗରିକତା ପାଇଁ ଆବେଦନ କରନ୍ତି। ୨୦୨୫ରେ ଆମେରିକାବାସୀଙ୍କର ଏଭଳି ଆବେଦନ ଦ୍ୱିଗୁଣିତ ହୋଇଥିଲା ଏବଂ ୨୦୨୬ରେ ମଧ୍ୟ ଏହି ଧାରା ଜାରି ରହିଛି। କେବଳ ୭% ଆବେଦନ ବିଦେଶରେ ରହୁଥିବା ଆମେରିକୀୟମାନଙ୍କ ଠାରୁ ଆସିଥିଲା, ଯେତେବେଳେ ବାକି ଆବେଦନ ଦେଶରେ ରହୁଥିବା ଧନୀ ବ୍ୟକ୍ତିମାନଙ୍କ ଠାରୁ ଆସିଥିଲା। ଏହି ଆବେଦନଗୁଡ଼ିକର ଅଧା ୟୁରୋପ ପାଇଁ ଏବଂ ଏକ ଚତୁର୍ଥାଂଶରୁ ଅଧିକ ଲାଟିନ୍ ଆମେରିକା ଏବଂ କାରିବିଆନର ନାଗରିକତା ନେବାକୁ ଚାହୁଁଥିଲେ।

Also read- PhonePe Wallet Inactivity Fee: ଫୋନପେ ୱାଲେଟ୍ ବ୍ୟବହାର ନ କଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଶୁଳ୍କ, ନୂଆ ନିୟମରେ ଅସନ୍ତୋଷ ଗ୍ରାହକ

ବ୍ରିଟେନରେ ବଢ଼ୁଛି କୋଟିପତିଙ୍କ ପଳାୟନ

୨୦୨୪-୨୫ରେ ବ୍ରିଟେନରୁ ଅନ୍ୟ ଦେଶର ନାଗରିକତା ପାଇଁ ହୋଇଥିବା ଆବେଦନ ୧୫% ବୃଦ୍ଧି ପାଇଛି। ୨୦୨୬ରେ, କେବଳ ବ୍ରିଟେନରୁ ହିଁ ବିଦେଶୀ ନାଗରିକତା ପାଇଁ ୫୩% ଆବେଦନ କରିଛନ୍ତି। ଅର୍ଥାତ ମୋଟ ବିଦେଶୀ ନାଗରିକଙ୍କ ଆବେଦନରେ ବ୍ରିଟେନ ଭାଗ କେବଳ ଅଧା। ୨୦୧୮ରେ ଏହି ଅଂଶ ମାତ୍ର ୮% ଥିଲା। ୨୦୧୮ରେ, ଦେଶ ଛାଡ଼ିବାରେ ୟୁକେ ୨୦ତମ ବୃହତ୍ତମ ସୋର୍ସ ମାର୍କେଟ୍ ଥିଲା। ବର୍ତ୍ତମାନ, ଏହା ଶୀର୍ଷ ୫ରେ ଅଛି।

ଭାରତରେ କୋଟିପତି ଛାଡ଼ୁଛନ୍ତି ଦେଶ

ଭାରତର ୱେଲ୍ଥ ମୋବିଲିଟି ସ୍କୋର ୫୬.୫ ରହିଛି। ଅର୍ଥା ଆମ ଦେଶ ବି ବ୍ୟବସ୍ଥାଗତ ସୁଧାର ବର୍ଗରେ ଆସୁଛି। ଭାରତରେ ସବୁଠାରୁ ବଡ଼ କାରଣ ହେଉଛି ପୁଞ୍ଜି ଉପରେ କିଛି ମଷ୍ଟିମେୟ ଲୋକଙ୍କର ନିୟନ୍ତ୍ରଣ ଓ ଟ୍ୟାକ୍ସର ଜଟିଳ ନିୟମ। ଧନୀ ଭାରତୀୟ ପରିବାର ଏବେ ଇଷ୍ଟେଟ ପ୍ଲାନିଂ,ଟ୍ୟାକ୍ସ ଷ୍ଟ୍ରକ୍ଚରିଂ, ଶିକ୍ଷା, ବ୍ୟବସାୟ ବିସ୍ତାର ଏବଂ ଉତ୍ତରାଧିକାର ଯୋଜନା ଭଳି ନିଷ୍ପତ୍ତିକୁ ଦେଖି ନାଗରିକତା ନିର୍ଦ୍ଧାରଣ କରୁଛନ୍ତି।

ଧନୀ ବ୍ୟକ୍ତିମାନେ UAEକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରୁଛନ୍ତି

ୟୁଏଇର ସ୍କୋର ୮୫.୩ ସର୍ବାଧିକ ରହିଛି। ଅଧିକାଂଶ ବ୍ୟବସାୟୀ ଏଠାରେ ନାଗରିକତା ପାଇଁ ଆବଦେନ କରୁଛନ୍ତି। ଏହି ଧନୀ ବ୍ୟକ୍ତିମାନେ UAEକୁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି।

ବଡ଼ କଥା ହେଲା ନିବେଶ-ନାଗରିକତା ଆବେଦନର ପ୍ରାୟ ଅଧା ପର୍ତ୍ତୁଗାଲ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ସାଇପ୍ରସ ଭଳି ୟୁରୋପୀୟ ଦେଶ ପାଇଁ କରାଯାଉଛି। ସ୍ପେନର ଗୋଲଡେନ୍ ଭିସା ବନ୍ଦ ହେବା ଏବଂ ପର୍ତ୍ତୁଗାଲ ଏହାର ରିଅଲ୍ ଇଷ୍ଟେଟ୍ ରୁଟ୍ ଅପସାରଣ କରିବା ଦ୍ୱାରା ଗ୍ରୀସ୍ ସିଧାସଳଖ ଲାଭବାନ ହେଉଛି।