ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବହୁଳ ଭାବେ ବ୍ୟବହୃତ ପେନ୍ କିଲର୍ ଔଷଧ ନିମେସୁଲାଇଡ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ବ୍ୟାନ୍ ୧୦୦ ମିଲିଗ୍ରାମରୁ ଅଧିକ ନିମେସୁଲାଇଡ୍ ଟାବଲେଟ୍ ଉପରେ ଲଗାଯାଇଛି । ସରକାର ସ୍ୱାସ୍ଥ୍ୟ ବିପଦକୁ ନଜରରେ ଏହା ଉପରେ କଟକଣା ଲଗାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରି ବୋର୍ଡର ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ଆକ୍ଟ ୧୯୪୦ର ଧାରା ୨୬ଏ ଅଧିନରେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ୧୦୦ ମିଲିଗ୍ରାମରୁ ଅଧିକ ନିମେସୁାଇଲଡ୍ ଔଷଧ ନେବା ମଣିଷ ପାଇଁ ବିପଦଜ୍ଜନକ ହୋଇପାରେ । ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ବଜାରରେ ସୁରକ୍ଷିତ ବିକଳ୍ପ ଉପଲବ୍ଧ ରହିଛି ।

ନିମେସୁାଇଲଡ୍ ଏକ ନନ୍ ଷ୍ଟେରୟଡନାଲ୍ ଔଷଧ, ଯାହାକୁ ପେନ୍ କିଲର ଭାବେ ବ୍ୟବହାର କରାଯାଏ । ତେବେ, ସରକାର ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୨୦୧୧ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୨ରୁ କମ୍ ବୟସର ପିଲାଙ୍କ ପାଇଁ ନିମେସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଥିଲେ ।

ୟୁରୋପର ଅନେକ ଦେଶରେ ନେମିସୁଲାଇଡ୍ ଟାବଲେଟ୍ ସମ୍ପୂର୍ଣ୍ଣ ରୂପେ ବ୍ୟାନ ରହିଛି । ଫିନଲାଣ୍ଡ, ସ୍ପେନ୍, ଆୟରଲାଣ୍ଡ ଓ ବେଲଜିୟମ ପରି ୟୁରୋପୀୟ ଦେଶ ଏହା ଉପରେ ୨୦୦୭ରୁ ହିଁ କଟାକଣା ଲଗାଇଛନ୍ତି । ଏହା ବ୍ୟତୀତ କାନାଡା, ଜାପାନ, ଆମେରିକା, ଅଷ୍ଟ୍ରେଲିଆ ଓ ୟୁକେ ମଧ୍ୟ ନେମିସୁଲାଇଡ୍ ବ୍ୟବହାର ଉପରେ ବ୍ୟାନ ଲଗାଇଛନ୍ତି ।