ଲକ୍ଷ୍ନୌ, ୧୭/୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟିକିଆ ଟି୨୦ ସିରିଜ୍ ଖେଳାଯାଉଛି । ସିରିଜର ଚତୁର୍ଥ ମୁକାବିଲା ବୁଧବାର ଲକ୍ଷ୍ନୌରେ ଖେଳାଯିବ । ପୂର୍ବରୁ ଭାରତ ୧-୧ରେ ଆଗୁଆ ରହିଛି । ଆଜିର ମୁକାବିଲା ଜିତି ଟିମ୍ ଇଣ୍ଡିଆ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ୍ ଜିତି ସିରିଜକୁ ବରାବର କରିବା ପାଇଁ ଚେଷ୍ଟା କରିବ ।

ସୂର୍ଯ୍ୟ-ଗିଲଙ୍କ ଉପରେ ନଜର

ଟି୨୦ ସିରିଜରେ ଫେଲ୍ ମାରିଛନ୍ତି ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ ଉପ ଅଧିନାୟକ ଶୁଭମନ ଗିଲ୍ । ଉଭୟଙ୍କ ବ୍ୟାଟରୁ ବଡ ସ୍କୋର ବାହାରୁନି । କିନ୍ତୁ ଲକ୍ଷ୍ନୌରେ ଦୁଇ ବ୍ୟାଟର ବିସ୍ଫୋରକ ପାଳି ଖେଳିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । କାରଣ ଆସନ୍ତା ଟି୨୦ ବିଶ୍ୱକପ୍ ପୂର୍ବରୁ ଗିଲ୍ ଏବଂ ସୂର୍ଯ୍ୟ ଫର୍ମକୁ ଫେରିବା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ଭଲ ଷ୍ଟାର୍ଟ୍ ଦେବେ ଅଭିଷେକ

ଯଦି ଭାରତ ପ୍ରଥମେ ବ୍ୟାଟିଂ କରେ ତେବେ ବଡ ସ୍କୋର ଲକ୍ଷ୍ୟରେ ରହିବ । ତେଣୁ ଅଭିଷେକଙ୍କ ବ୍ୟାଟ୍ ଚାଲିବା ଖୁବ୍ ଜରୁରୀ । ସେ ହିଁ ଲଗାତାର ଭାବେ ଦଳକୁ ଭଲ ଷ୍ଟାର୍ଟ୍ ଦେଇ ଆସୁଛନ୍ତି । ପ୍ରଥମ ବଲରୁ ପ୍ରହାର କରୁଛନ୍ତି । ଯାହା ବିରୋଧୀଙ୍କ ଶିବିବରେ ଆତଙ୍କ ଖେଳାଇ ଦେଉଛି ।

ଭାରତକୁ ଅକ୍ଷର ଝଟକା

ଟିମ୍ ଇଣ୍ଡିଆ ଷ୍ଟାର୍ ଅଲରାଉଣ୍ଡର ଅକ୍ଷର ପଟେଲ ସ୍ୱାସ୍ଥ୍ୟଗତ କାରଣରୁ ଦଳରୁ ବାଦ୍ ପଡିଛନ୍ତି । ଯାହା ଟିମ୍ ପାଇଁ ଝଟକା । ସେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଦଳରେ ସନ୍ତୁଳନ ରଖୁଥିଲେ । ତାଙ୍କ ବଦଳରେ ଶେହବାଜ ଅହମ୍ମଦଙ୍କୁ ସ୍ଥାନ ମିଳିଛି । ସେ ଆଇପିଏଲରେ ଆରସିବି ଏବଂ ହାଇଦ୍ରାବାଦ ପାଇଁ ଖେଳି ସାରିଛନ୍ତି ।

ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ସ୍ଥିତି

ସିରିଜକୁ ଜୀବିତ ରହିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ଆଜିର ମୁକାବିଲା ଜିତିବାକୁ ହେବ । ଦଳ ଗୋଟିଏ ମୁକାବିଲା ଜିତିଛି । ଯଦି ଚତୁର୍ଥ ଟି୨୦ରେ ବିଜୟୀ ହୁଏ ତାହାଲେ ବରାବର ହେବ । ନଚେତ୍ ଦଳ ସିରିଜରେ ପରାସ୍ତ ହେବା ନିଶ୍ଚିତ । ତେଣୁ ଆଜିର ମ୍ୟାଚ୍ ଭ୍ରମଣକାରୀ ଟିମ୍ ପାଇଁ କରବା ମର ସଦୃଶ ହେବ ।