ନୂଆଦିଲ୍ଲୀ: ସାଙ୍ଗ ପୋଲିସରେ ଚାକିରି ପାଇଛି। ଏକଥା ଶୁଣିବା ମାତ୍ରେ ଖୁସି ହୋଇଯାଇଥିଲେ ଅନ୍ୟ ସାଙ୍ଗମାନେ। ଖୁସିରେ ଖୁସିରେ ଯୋଜନା ହେଲା ପାର୍ଟି କରିବା। ପାର୍ଟିର ଆୟୋଜନ ବି ହେଲା... କିନ୍ତୁ ଭୁଲ୍ ହୋଇଗଲା ମଦ ପିଇବା। କାରଣ ପଦ ପିଇବା ପରେ ୨ ସାଙ୍ଗ ଆଉ ଉଠିଲେନି। ଏମିତିକି ଯେଉଁ ସାଙ୍ଗ ଚାକିରି ପାଇଥିଲା, ସେ ଏବେ ମେଡିକାଲରେ ଭର୍ତ୍ତି। ଏକଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ, ମଦ ପିଇ କେମିତି ଜୀବନ ଚାଲିଗଲା। ଅସୁବିଧା କଣ ହେଲା। ଏ ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଘଟଣା କିଛି ଏମିତି... ପୋଲିସ ଚାକିରି ପାଇଥିଲେ ଜଣେ ବନ୍ଧୁ। ସେହି ଖୁସିକୁ ସେଲିବ୍ରେଟ୍ କରିବାକୁ ରବିବାର ରାତିରେ ସାଙ୍ଗମାନେ ଏକାଠି ହୋଇଥିଲେ। ମଦ ଆସିଲା, ସେଲିବ୍ରେସନର ମାହୋଲ ଜମିଲା। ହେଲେ ସେମାନେ ଜାଣିନଥିଲେ ଯେ, ଯେଉଁ ମଦକୁ ସେମାନେ ବ୍ରାଣ୍ଡେଡ୍ ଭାବି ପିଉଛନ୍ତି, ତାହା ପ୍ରକୃତରେ ବିଷ ଥିଲା। ମଦ ପିଇବା ପରେ ହଠାତ୍ ଅନେକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା। ଆଉ ଏହା ପରେ ଚାଲିଯାଇଥିଲା ଦୁଇ ସାଙ୍ଗଙ୍କ ଜୀବନ। ଯାହାପରେ ଏହି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ, ଭାବନଗର ତାଲୁକାର ଖରକାଡ଼ି ଗାଁର ବାସିନ୍ଦା ବିଶ୍ୱରାଜସିଂ ଗୋହିଲ ପୋଲିସ ଚାକିରି ପାଇଁ ମନୋନୀତ ହୋଇଥିଲେ। ଏମିତିରେ ଏହି ଖୁସିରେ ଗତ ରବିବାର ବିଶ୍ବରାଜ ଏବଂ ତାଙ୍କ ବନ୍ଧୁ ହରପାଲ ସିଂ ଗୋହିଲ ଏବଂ ଉପନ୍ଦେ୍ର ସିଂ ଗୋହିଲ ଏକ ପାର୍ଟିର ଆୟୋଜନ କରିଥିଲେ। ହେଲେ ଏହି ଏହି ପାର୍ଟିରେ ସେମାନେ ବିଦେଶୀ ମଦ ପିଇଥିଲେ। କିନ୍ତୁ ମଦ ପିଇବା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା।ଶ୍ବାସକ୍ରିୟାରେ ଯନ୍ତ୍ରଣା ସହ ସେମାନଙ୍କ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥିଲା। ଏମିତିରେ ସେମାନଙ୍କୁ ଭାବନଗର ସାର୍ ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ୨୫ ବର୍ଷୀୟ ଉପେନ୍ଦ୍ରସିଂ ଗୋହିଲ ଓ ପରେ ହରପାଲ ସିଂ ଗୋହିଲଙ୍କ ମୃତ୍ୟୁ ହୋଇଛି। ବିଶ୍ୱରାଜସିଂ ଗୋହିଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି।

Also Read: ଟ୍ରେନରୁ କରୁଥିଲା ସୁନା ଚୋରି, ବିକ୍ରି କରି ହେଉଥିଲା ମାଲେମାଲ୍

ହେଲେ କଥା ଏତିକିରେ ସରିନି। ଏହି ଘଟଣା ପରେ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ । ଜଣାପଡ଼ିଛି ଏହି ତିନି ବନ୍ଧୁଙ୍କ ବାଦ୍ ଏଭଳି ନକଲି ମଦ ପିଇ ଜିଲ୍ଲାର ଆହୁରି ୩ ଜଣଙ୍କ ସମେତ ସମୁଦାୟ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ପ୍ରାୟ ୨୫ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ତଦନ୍ତରୁ ଜଣାପଡ଼ିଛି ଯେ, ବିଶ୍ୱରାଜ ସିଂହଙ୍କ ବନ୍ଧୁ ଏବଂ ଅନ୍ୟ ଗୁରୁତରମାନେ ‘ରୟାଲ ଷ୍ଟାଗ’ ନାମକ ମଦ ପିଇଥିଲେ। ହେଲେ ଏହା ଅସଲି ନୁହେଁ ବରଂ ନକଲି ଥିଲା। ଅର୍ଥାତ ଅସଲି ବ୍ରାଣ୍ଡର ବୋତଲେ ଥିଲା ନକଲି ମଦ । ଯେଉଁଥିରେ ମାରାତ୍ମକ ମିଥାନଲ୍ ମିଶିଥିବା ସନ୍ଦେହ କରାଯାଉଛି। ତେଣୁ ଏହି ବେଆଇନ ମଦ କାରବାର ପଛରେ ଏକ ବଡ଼ ବୁଟଲେଗର (ମଦ ମାଫିଆ) ନେଟୱାର୍କ ଥିବା ଆଶଙ୍କା କରାଯାଉଛି। ରାଜ୍ୟ ମନିଟରିଂ ସେଲ୍ (SMC) ବର୍ତ୍ତମାନ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଛି ଏବଂ କିଛି ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।