IPL 2026 GT vs SRH: ଆଇପିଏଲ୍ ୨୦୨୬ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗୁଜରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ।ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଓ୍ଵିକେଟ୍ ହରାଇ ୧୭୦ ରନ କରିଛି। ସାଇ ସୁଦର୍ଶନ ୬୧ ରନର ଇନିଂସ ଖେଳିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୫୦ ରନର ବିସ୍ଫୋରକ ଏବଂ ଉପଯୋଗୀ ରନ କରିଛନ୍ତି। ହାଇଦ୍ରାବାଦ ସାମ୍ନାରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ। ଉଲ୍ଲେଖନୀୟ ଆଜିର ମ୍ୟାଚ୍ ଜିତିବା ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ଶୁଭମନ ଗିଲ୍(୫ ରନ) କରି ପାଭିଲିୟନ ଫେରିଥିଲେ। ଜୋସ୍ ବଟଲର(୭ ରନ) ଆଉଟ୍ ହେବା ଦଳକୁ ବଡ଼ ଝଟକା ଦେଇଥିଲା। ନିଶାନ୍ତ ସିନ୍ଧୁ ୨୨ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳି ପାରି ନ ଥିଲେ। ୬୪ ରନରେ ୩ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଗୁଜରାଟ।

​​​​​​​Updating...