ନୂଆଦିଲ୍ଲୀ-; ଜିଏସ୍ଟି କାଉନ୍ସିଲର ୫୭ ତମ ବୈଠକରେ ଗୁରୁତ୍ୱପୂର୍ଣ ପଦକ୍ଷପ ନିଆଯାଇଛି I ଏହି ବୈଠକରେ ଜିଏସ୍ଟି ଟିକସ ଅଧିକାରୀଙ୍କ ପାଖରୁ ଗିରଫଦାରୀ କ୍ଷମତାକୁ ପ୍ରତ୍ୟାହାର କରା ଯାଇଛି I ଏହି ବୈଠକ ଅର୍ଥ ଆମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧକ୍ଷତରେ ଅନୁଷ୍ଠିତ ହୋଇଥିବା ବେଳେ କାହା ବିରୋଧରେ ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ଲାଗି ରହିଥିବା ୧ କୋଟିର ସୀମାକୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି I ସେହିଭଳି ୧୦ ହଜାର ଟଙ୍କା କିମ୍ବା ତା’ଠାରୁ କମ୍ ଅର୍ଥରାଶି ମାମଲାରେ କୌଣସି ନୋଟିସ୍ ଜାରିହେବ ନାହିଁ। ଏହି ସୀମାଠାରୁ କମ୍ ରାଶି ପାଇଁ ଦିଆଯାଇଥିବା ନୋଟିସଗୁଡ଼ିକୁ ବି ପ୍ରତ୍ୟାହାର କରି ନିଆଯିବ। ଇ-କମର୍ସ ପ୍ଲାଟଫର୍ମର ଛୋଟ ଛୋଟ ବିକ୍ରେତାଙ୍କ ପାଇଁ ନିୟମ ପାଳନକୁ ସହଜ କରିବା ପାଇଁ ପରିଷଦ ସୁପାରିସ କରିଛି। ନିଯୁକ୍ତିଦାତାମାନେ କର୍ମଚାରୀ ବୀମା ବାବଦରେ ପ୍ରଦାନ କରୁଥିବା ଜିଏସ୍ଟି ଉପରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଦାବି କରିପାରିବେ।

ALSO ADD - Triumph Bonneville T40 ବୁକିଂ ଆରମ୍ଭ: ଗ୍ରାହକଙ୍କୁ ଦିୱାନା କରୁଛି ବାଇକର କ୍ଲାସିକ ରେଟ୍ରୋ ଲୁକ୍ ଓ ମଡର୍ଣ୍ଣ ଫିଚର୍ସ

ଜରିମାନା ଏବଂ ରିଫଣ୍ଡ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି I  GST ପରିଷଦ ସାଧାରଣ ଜରିମାନା ୨୫ ,000 ଟଙ୍କାରୁ ୧୦ ,000 ଟଙ୍କାକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି, GST ରିଫଣ୍ଡକୁ ତ୍ୱରାନ୍ୱିତ କରୁଛି, I GST ରିଫଣ୍ଡ ଏବେ ମାତ୍ର 10 ଦିନ ମଧ୍ୟରେଜିଏସ୍ଟି କାଉନସିଲ୍ ରିଫଣ୍ଡ ଦାବିଗୁଡ଼ିକୁ ଗ୍ରହଣ କରିବାର ସମୟସୀମାକୁ ୧୫ ଦିନରୁ ହ୍ରାସ କରି ୧୦ ଦିନ କରିଦେଇଛି। ଯଦି ଏହି ସମୟସୀମା ମଧ୍ୟରେ ରିଫଣ୍ଡ ଆବେଦନ ଉପରେ କୌଣସି ଅନୁମୋଦନ କିମ୍ବା ତ୍ରୁଟି ସମ୍ପର୍କିତ ସୂଚନା ଦିଆ ନଯାଏ, ତେବେ ଏହା ସମ୍ପର୍କରେ ପରବର୍ତ୍ତୀ ନିୟମ ଓ ପ୍ରକ୍ରିୟା ଲାଗୁ ହେବ।