LIVE TV

ଫାଇନାଲରେ ପାକିସ୍ତାନ, ଏସିଆ କପ ଇତିହାସରେ ଭାରତ ସହ ପ୍ରଥମ ଥର ଟାଇଟଲ୍ ମୁକାବିଲା

NEWS7
govind-mohan-is-going-to-be-the-new-home-secretary

ଦୁବାଇ: ଏସିଆ କପ୍ ୨୦୨୫ର ସୁପର-୪ର ସବୁଠୁ ବଡ଼ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ପାକିସ୍ତାନ। ଏହି ଲୋ ସ୍କୋରିଂ ମ୍ୟାଚରେ ପାକିସ୍ତାନ  ବାଂଲାଦେଶକୁ ୧୧ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି।ଏବେ ଫାଇନାଲ୍‌ରେ ମୁହାଁମୁହିଁ ଏବେ ଦୁଇ ଚିର ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ। ସବୁଠୁ ବଡ଼ ୪୧ ବର୍ଷର ଏସିଆ କପ୍ ଇତିହାସରେ ପ୍ରଥମ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୩୫ ରନ କରିଥିଲା। ଜବାବରେ ବାଂଲାଦେଶ ବ୍ୟାଟିଂରେ ଶୋଚନୀୟ ପ୍ରଦର୍ଶନ କରି ୯ ଓ୍ଵିକେଟ୍ ହରାଇ ୧୨୪ ରନ କରି ପାରିଛି। ପାକିସ୍ତାନ ବିଜୟରେ ବୋଲର ମୁଖ୍ୟ ବିନ୍ଧାଣି ସାଜିଛନ୍ତି।

୧୩୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶ ଆରମ୍ଭରୁ ନୈରାଶ୍ୟଜନକ ବ୍ୟାଟିଂ କରିଥିଲା। ଓପନର ସୈଫ ହସନ ୧୮ ରନ କରିଥିବା ବେଳେ ପରଭେଜ ହୁସେନ ଇମନ ଖାତା ଖୋଲି ପାରି ନ ଥିଲା। ପାକିସ୍ତାନ ବୋରଲଙ୍କ ଶାଣିତ ବୋଲିଂର ମୁକାବିଲା  କରି ପାରି ନ ଥିଲେ। ମଧ୍ୟକ୍ରମରେ ଟୋହିଡ ହୃଦୟ ୫ ରନ, ମେହଦି  ହସନ ୧୧ ରନ ଓ ନୁରଲ ହସନ ୧୬ ରନ କରି ଆଉଟ୍ ହୋଇଥିଲେ। ତେବେ ସମିମ ହୁସେନ କ୍ରିଜରେ ଥିବା ପର୍ଯ୍ୟନ୍ତ ବାଂଲାଦେଶର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ତେବେ ହୁସେନ ୨୫ ବଲରୁ ୩୦ ରନ କରି ଆଉଟ୍ ହେବା ସହ  ବାଂଲାଦେଶର ବିଜୟ ଆଶା ମଉଳି ଯାଇଥିଲା। ଶେଷରେ ବାଂଲାଦେଶ ୯ ଓ୍ଵିକେଟ୍ ହରାଇ ୧୨୪ ରନ କରି ପାରିଥିଲା। ମ୍ୟାଚକୁ ୧୧ ରନରେ ଜିତି ପାକିସ୍ତାନ ଏସିଆ କପ୍ ଫାଇନାଲରେ ପ୍ରବେଶ କରିଛି। ବୋଲିଂରେ ପାକିସ୍ତାନ ପକ୍ଷରୁ ଶାହୀନ ଆଫ୍ରିଦି ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଓ ହାରିସ ରଉଫ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସାମ ଆୟୁବଙ୍କୁ ଦୁଇଟି ସଫଳତା ମିଳିଛି।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ଦୟନୀୟ ଥିଲା। ଇନଫର୍ମ ବ୍ୟାଟର ଶାହିବଜାଦ ଫରହାନ ୪ ରନ କରି ଆଉଟ୍ ହୋଇଥିଲେ। ସାମ ଆୟୁର ନିଜର ଖରାପ ପ୍ରଦର୍ଶନ ବଜାୟ ରଖି ଏସିଆ କପ୍ ୨୦୨୫ରେ ଚତୁର୍ଥ ଥର ଖାତା ଖୋଲି ପାରି ନ ଥିଲେ। ଫଖର ଜମାନ ୧୩ ରନ କରିଥିବା ବେଳେ ଅଧିନାୟକ ସଲମାନ ଆଗା ବହୁ ସଂଘର୍ଷ କରି  ୧୯ ରନ କରିଥିଲେ। ତେବେ ମହମ୍ମଦ ହାରିସ ୩୧ ରନ ଓ ମହମ୍ମଦ ନଓ୍ଵାଜ ୨୫ ରନ କରିବାରୁ ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୩୫ ରନର ସମ୍ମାନଜନକ ସ୍କୋର କରି ପାରିଥିଲା। ବିଶେଷ କରି ଶେଷ ୫ ଓଭରରେ ପାକିସ୍ତାନ ୫୨ ରନ କରି ପାରିଥିଲା। ଶାହୀନ ଆଫ୍ରିଦି ୧୯ ଓ ଫହିମ ଅସ୍ରଫ ୧୪ ରନର ଉପଯୋଗୀ ରନ କରିଥିଲେ। ​​​​​​​