LIVE TV

ଦୁନିଆର ଏପରି ୯ଟି ଦେଶ, ଯେଉଁଠି ଫ୍ରିରେ ମିଳିଥାଏ ପବ୍ଲିକ୍ ଟ୍ରାନ୍ସପୋର୍ଟ ସୁବିଧା

NEWS7
transport

ନୂଆଦିଲ୍ଲୀ ୨୦।୦୯: ଦୁନିଆର କୌଣସି ବି ସ୍ଥାନକୁ ଯାଆନ୍ତୁ ଟ୍ରାନ୍ସପୋର୍ଟ ଚାର୍ଜ ପଡିଥାଏ । କିନ୍ତୁ ଏପରି କିଛି ଦେଶ ଯେଉଁଠି ଗଲେ ପବ୍ଲିକ୍ ଟ୍ରାନ୍ସପୋର୍ଟ ସୁବିଧା ଫ୍ରିରେ ମିଳିଥାଏ । ଆସନ୍ତୁ ଜାଣିବା ସେହି ୯ଟି ଦେଶ ବିଷୟରେ, ଯେଉଁଠି ବସ୍, ଟ୍ରେନ ଏବଂ ଟ୍ରାମରେ ଫ୍ରିରେ ଯାତ୍ରା କରିହେବ ।  ଲକ୍ଜମବର୍ଗରେ ୨୦୨୦ ମସିହାରୁ ପୁରା ଦେଶରେ ବସ୍‌, ଟ୍ରେନ୍‌ ଏବଂ ଟ୍ରାମରେ ଫ୍ରିରେ ଯାତ୍ରା କରିପାରିବେ । ଏଥିରେ ପର୍ଯ୍ୟଟକ ଏବଂ ସମସ୍ତ ଲୋକ ଉପକୃତ ହୁଅନ୍ତି । ଆଉ ଟ୍ରାଫିକ ମଧ୍ୟ କମ ହୋଇଥାଏ ।

ପରିବେଶ ସଂରକ୍ଷଣ ଏବଂ ଟ୍ରାଫିକ୍ କମ୍ କରିବା ଉଦ୍ଦେଶ୍ୟରେ ୨୦୨୨ରେ ମାଲ୍ଟାର ଅଧିକାଂଶ ରୁଟରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଫ୍ରି କରାଯାଇଛି । କିନ୍ତୁ ଏହି ସୁବିଧା କେବଳ ମାଲ୍ଟା ବାସିନ୍ଦାଙ୍କ ପାଇଁ କରାଯାଇଛି । ଏଷ୍ଟୋନିଆର ରାଜଧାନୀ ତଲିନରେ ୨୦୧୩ରେ ରେଜିଷ୍ଟେଡ୍ ବାସିନ୍ଦାଙ୍କ ପାଇଁ ଫ୍ରି ପବ୍ଲିକ୍ ଟ୍ରାନପୋର୍ଟ ସୁବିଧା ମିଳିଥାଏ । ଏଥିରେ ସହରର ଆୟ ବଢିଛି ଏବଂ ପ୍ରଦୂଷଣ କମ ହୋଇଛି ।

ଫ୍ରାନ୍ସରେ ଡକର୍କ ସହରରେ ୨୦୧୮ରୁ ଫ୍ରି ବସ୍ ସର୍ଭିସ୍ ମିଳୁଛି । ଏହି ସବୁଧା ବେଲଜିୟମ୍ ବର୍ଡର ଯାଏଁ ପହଞ୍ଚିବା ପାଇଁ ପ୍ରତି ୧୦ ମିନିଟରେ ବସ୍ ଉପଲବ୍ଧ ହୋଇଥାଏ । ସହରରେ ମୋବିଲିଟି ବଢାଇବା ପାଇଁ ଫ୍ରାନ୍ସର ଅର୍ବାନରେ ଦୁନିଆର ପ୍ରଥମ ଫ୍ରି ଟ୍ରାମ ସିଷ୍ଟମ ସେବା ରହିଛି । ଏହି ଫ୍ରି ସର୍ଭିସ୍‌ର ବ୍ୟବହାର ପର୍ଯ୍ୟଟକ ମଧ୍ୟ ଉଠାଇ ପାରିବେ । ବେଲଜିୟମର ହେସଲ୍ଟ ସହରରେ ୧୯୯୭ରେ ଫ୍ରି ଟ୍ରାନ୍ସପୋର୍ଟ ସୁବିଧା ରହିଥାଏ । ଏଥିରେ ଯାତ୍ରୀଙ୍କର ୧୩ ଗୁଣା ବୃଦ୍ଦି ହୋଇଛି ଏବଂ ପ୍ରଦୂଷଣରେ ବହୁତ କମ୍ ହୋଇଛି ।

ପାଖାପାଖି ୧୪ ଲକ୍ଷ ଜନସଂଖ୍ୟା ପାଇଁ ଦୁନିଆରେ ପରିଚିତ ୟୁକ୍ରେନର ଖାର୍କିବରେ ଫ୍ରି ଟ୍ରାନ୍ସଫୋର୍ଟ ସୁବିଧା ୨୦୨୨ରୁ ଆରମ୍ଭ ହୋଇଛି । ରୋମାନିଆରେ ପ୍ରି-ୟୁନିଭର୍ସିଟି ଛାତ୍ରଙ୍କୁ ଫ୍ରି ପବ୍ଲିକ୍ ଟ୍ରାନ୍ସପୋର୍ଟ ସୁବିଧା ମିଳିଥାଏ । ନେଦରଲ୍ୟାଣ୍ଡସରେ ଡଚ ଛାତ୍ରଙ୍କୁ ସାରା ଦେଶରେ ଫ୍ରି ଟ୍ରାନ୍ସପୋର୍ଟର ସବୁଧା ମିଳିଥାଏ । ଏହି ୯ଟି ଦେଶ ଫ୍ରି ଟ୍ରାନ୍ସପୋର୍ଟ ଜରିଆରେ ପରିବେଶ, ଅର୍ଥବ୍ୟବସ୍ଥା ଏବଂ ସମାନତାକୁ ମଜବୁତ କରିଥାଏ ।