LIVE TV

୩୩ ବର୍ଷ ଧରି ଇଞ୍ଜିନ୍ ଅଏଲ୍ ପିଇ ବଞ୍ଚିଛନ୍ତି, ପାଣି ଭଳି କେମିତି ପିଉଛନ୍ତି ଦେଖନ୍ତୁ ଏ ଭିଡିଓରେ…

NEWS7
man

ନୂଆଦିଲ୍ଲୀ ୨୦।୦୯: ମଣିଷ ବଞ୍ଚିବା ପାଇଁ ଭଲ ଖାଦ୍ୟ ଖାଏ। କେତେକଙ୍କୁ ପନିପରିବା, ଫଳ ଖାଇବାକୁ ପସନ୍ଦ ତ ଅନେକ ଫାଷ୍ଟଫୁଡ୍ ଏବଂ ମାଂସ ଖାଇବାକୁ ପସନ୍ଦ କରନ୍ତି ।  ଏଗୁଡ଼ିକ ଆମ ଶରୀରକୁ ଶକ୍ତି ଯୋଗାଇଥାଏ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ଯଦି ଜଣେ ବ୍ୟକ୍ତି ରୁଟି, ପନିପରିବା, କିମ୍ବା ଜଙ୍କ୍ ଫୁଡ୍ ନଖାଇ ବରଂ ଇଞ୍ଜିନ୍ ତେଲରେ ପେଟ ପୁରାଏ, ତେବେ ଆଶ୍ଚର୍ଯ୍ୟ ହେବା ତ ସ୍ୱାଭାବିକ ନା ।

ଏପରି ଜଣେ ବ୍ୟକ୍ତି କର୍ଣ୍ଣାଟକରେ ରହିଛନ୍ତି । ସେ ନିଜର ଅସ୍ବାଭାବିକ ଖାଦ୍ୟଭ୍ୟାସ ପାଇଁ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହି ବ୍ୟକ୍ତିଙ୍କୁ ସମସ୍ତେ ଅଏଲ୍‌ କୁମାର ଭାବରେ ପରିଚିତ । ବ୍ୟକ୍ତି ଜଣକ ପ୍ରତିଦିନି ଚା ଓ ପ୍ରାୟ ୭-୮ ଲିଟର ଇଞ୍ଜିନ ଅଏଲ୍‌ ପିଉଛନ୍ତି । ସୋସିଆଲ୍‌ ମିଡିଆ ଇନଷ୍ଟାଗ୍ରାମରେ ଏହି ବ୍ୟକ୍ତିଙ୍କ ଏକ ଭିଡିଓ ପୋଷ୍ଟ ହୋଇଛି ।

ଯେଉଁଥିରେ ଦେଖିବାକୁ ମିଳିଛି କି ବ୍ୟକ୍ତି ଜଣକୁ  ପାରମ୍ପରିକ ଖାଦ୍ୟ ଖାଇବାକୁ ଦିଆଗଲା । କିନ୍ତୁ ଏହାକୁ ଖାଇବାକୁ ମନା କରି ଦେଇଥିଲେ  ଅଏଲ କୁମାର । ଏହା ବଦଳରେ ତାଙ୍କୁ କେବଳ ଇଞ୍ଜିନ୍ ତେଲ ଦରକାର ବୋଲି କହିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଅଭ୍ୟାସ କେବଳ କିଛି ଦିନର ନୁହେଁ । ସେ ବିଗତ ୩୩ ବର୍ଷ ଧରି ନିଜ ପେଟ ପୁରାଇବା ପାଇଁ ଇଞ୍ଜିନ୍ ତେଲ ପିଇ ଆସୁଛନ୍ତି।

ସେ କହିଛନ୍ତି ଭାତ, ଡାଲି, ରୁଟି ବଦଳରେ ସେ ପ୍ରତିଦିନ ୭-୮ ଲିଟର ବର୍ଜ୍ୟ ଇଞ୍ଜିନ୍‌ ଅଏଲ୍‌ ଓ ଚା ପିଉଛନ୍ତି । କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେବେ ବି ହସ୍ପିଟାଲରେ ଭର୍ତ୍ତି ହୋଇନାହାନ୍ତି କିମ୍ବା କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇନାହାନ୍ତି । ପ୍ରଭୁ ଆୟାପ୍ପାଙ୍କ ଉପରେ ବିଶ୍ବାସ ତାଙ୍କୁ ଜୀବିତ ରଖିଛି ବୋଲି ଅଏଲ୍‌ କୁମାର କହନ୍ତି ।

 

ଥରେ କଳ୍ପନା କରନ୍ତୁ, ଯଦି ଏକ ଗ୍ଲାସ ତେଲ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ବିଷାକ୍ତ ହୋଇପାରେ, ଏହି ବ୍ୟକ୍ତି ଲିଟର ଲିଟର ତେଲ ପିଇ ବିନା କୌଣସି ସମସ୍ୟାରେ ବଞ୍ଚିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତିନି ଦଶନ୍ଧିରୁ ଅଧିକ ସମୟ ପରେ ମଧ୍ୟ, ଏହି ବ୍ୟକ୍ତିଙ୍କୁ କେବେ ହସ୍ପିଟାଲ ଯିବାକୁ ପଡ଼ିନାହିଁ । ସେ କେବେ ପେଟ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଗୁରୁତର ରୋଗର ଅଭିଯୋଗ କରିନାହାଁନ୍ତି। ବ୍ୟକ୍ତି ଜଣକ ନିଜେ ଦାବି କରନ୍ତି ଯେ ଏହା ସବୁ ଭଗବାନ ଆୟାପ୍ପାଙ୍କ କୃପା ଯୋଗୁଁ ହୋଇଛି ।

ତେବେ ଏହି ଭାଇରାଲ୍‌ ଭିଡିଓରେ କେତେ ସତ୍ୟାତା ରହିଛି ତା କହିବା ଅସମ୍ଭବ । କିନ୍ତୁ  ଅନେକ ସମୟରେ ସୋସିଆଲ ମିଡିଆରେ ଏପରି ଅଜବ ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ।