ନୂଆଦିଲ୍ଲୀ: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (RCPL) ଗୁରୁବାର ଦିନ ସାରା ଦେଶରେ ସମନ୍ୱିତ ଖାଦ୍ୟ ଉତ୍ପାଦନ ସୁବିଧା ପ୍ରତିଷ୍ଠା କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ(ଫୁଡ ପ୍ରୋସେସିଂ ଇଣ୍ଡଷ୍ଟ୍ରିଜ୍ ମିନିଷ୍ଟ୍ରୀ) ସହିତ ,୦୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫ କାର୍ଯ୍ୟକ୍ରମରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବିଶେଷ ସୂତ୍ରରୁ ତଥ୍ୟ ନେଇ ଇକୋନୋମିକ୍ସ ଟାଇମ୍ସ ଖବର ପ୍ରକାଶ କରିଛି।

ହା ପୂର୍ବରୁ କମ୍ପାନୀ ଏଭଳି ନିବେଶ ନେଇ ଘୋଷଣା କରିଥିଲା। ଅଗଷ୍ଟ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ବାର୍ଷିକ ସାଧାରଣ ବୈଠକରେ କମ୍ପାନୀ ଏ ବିଷୟରେ ସୂଚନା ଦେଇଥିଲା। କମ୍ପାନୀ କହିଥିଲା ​​ଯେ ଏହା "ଏଆଇ-ଚାଳିତ ଅଟୋମେସନ, ରୋବୋଟିକ୍ସ ଏବଂ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ସହିତ ଏସିଆର ସର୍ବବୃହତ ସମନ୍ୱିତ ଖାଦ୍ୟ ପାର୍କ" ସ୍ଥାପନ କରିବ।

ରିଲାଏନ୍ସ ରିଟେରୁ ଆସିଥିବା ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସିଧାସଳଖ ସହାୟକ କମ୍ପାନୀ ହୋଇଥିବା RCPL ବର୍ତ୍ତମାନ ଭାରତର ଦ୍ରୁତମ ଅଭିବୃଦ୍ଧିଶୀଳ ଦ୍ରୁତ ଗତିଶୀଳ ଗ୍ରାହକ ସାମଗ୍ରୀ କମ୍ପାନୀ(ଏଫଏମ୍‌ସିଜି) ମଧ୍ୟରୁ ଗୋଟିଏ ହୋଇସାରିଛିକମ୍ପାନୀ ଆରମ୍ଭ ହେବାର ମାତ୍ର ତିନି ବର୍ଷ ମଧ୍ୟରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଯୋଗାଡ଼ କରିପାରିଛି

ରକାରଙ୍କ ସହିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ, RCPL ଏଥିରେ ୧,୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ। ଏଥିରେ ମହାରାଷ୍ଟ୍ରର କାଟୋଲ, ନାଗପୁର ଏବଂ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଖାଦ୍ୟ ଉତ୍ପାଦ ଏବଂ ପାନୀୟ ପାଇଁ ସମନ୍ୱିତ ସୁବିଧା ସ୍ଥାପନ କରାଯିବ।

ଆରସିପିଏଲ୍‌ ଗ୍ରୁପକୁ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଲିଡ୍ କରୁଛନ୍ତି। ରିଲାଏନ୍ସର ଏହି କମ୍ପାନୀ ଯେମିତି ସାରା ବିଶ୍ୱରେ ଉପସ୍ଥିତି ଯାହିର କରିପାରିବ ଓ  ୫ ବର୍ଷ ଭିତରେ ୧ ଲକ୍ଷ କୋଟି ରେଭିନ୍ୟୁ କରିବ ସେନେଇ ଈଶା ଅମ୍ବାନୀ ଟାର୍ଗେଟ୍ ରଖିଛନ୍ତି। RCPL ଟ୍ୟାଗ୍ଜ ଫୁଡ୍ସ ସମେତ ଅନେକ ଗ୍ରାହକ ବ୍ରାଣ୍ଡ୍‌ ଅଧିଗ୍ରହଣ କରିଛି। କାମ୍ପା, ଇଣ୍ଡିପେଣ୍ଡେନ୍ସ ଏଲନ, ଏନ୍‌ଜୋ ଓ ରାୱଲଗାଓଁ ଭଳି ନାଁରେ ସାବୁନ ଠାରୁ କୋଲା ପର୍ଯ୍ୟନ୍ତ ନିଜର ବ୍ରାଣ୍ଡ୍ ଲଞ୍ଚ କରିଛି।