ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ର ନିର୍ଦ୍ଦେଶକପ୍ରବୀଣଙ୍କ କାର୍ଯ୍ୟକାଳକୁ ଆଉଏକବର୍ଷପାଇଁ ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ପ୍ରବୀଣ ୨୦୨୬ ମଇ ୨୫ ପର୍ଯ୍ୟନ୍ତ ନିଜ ପଦବୀରେ ରହିବେ। ତେବେ ଏହି ନିଷ୍ପତ୍ତିକୁ ନେଇ ଦେଶର ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି, ବିଶେଷ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଥିରେ ଅଶନ୍ତୋଷ ବ୍ୟକ୍ତ କରିଛନ୍ତି।

୨୦୨୬ ପର୍ଯ୍ୟନ୍ତ ବଢ଼ିଲା ଦାୟିତ୍ୱ

୧୯୮୬ ବ୍ୟାଚ୍ର କର୍ଣ୍ଣାଟକ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ପ୍ରବୀଣ ସୁଦଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ଆସନ୍ତା ୨୦୨୫ ମଇ ମାସରେ ଶେଷ ହେବାର ଥିଲା। କିନ୍ତୁ କ୍ୟାବିନେଟର ନିଯୁକ୍ତି କମିଟି (ACC) ତାଙ୍କୁ ସେବା ଅବଧି ବୃଦ୍ଧି (Extension) ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଫଣ୍ଡାମେଣ୍ଟାଲ ରୁଲFR 56 (d)ଅନୁଯାୟୀ ସରକାର ଏହି ପଦକ୍ଷେପ ନେଇଛନ୍ତି।

ରାହୁଲ ଗାନ୍ଧୀଙ୍କ କଡ଼ା ବିରୋଧ ଓ 'ଡିସେଣ୍ଟ ନୋଟ୍'

ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏହି ସମ୍ପ୍ରସାରଣ ଘୋଷଣାର ମାତ୍ର ଦୁଇ ଦିନ ପୂର୍ବରୁ ନୂତନ ସିବିଆଇ ମୁଖ୍ୟ ଚୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ମୁଖ୍ୟ ବିଚାରପତି (CJI) ଏବଂ ବିରୋଧୀ ଦଳ ନେତାରାହୁଲଗାନ୍ଧୀସାମିଲ ଥିଲେ।

ମିଳିଥିବା ସୂତ୍ର ଅନୁଯାୟୀ, ରାହୁଲ ଗାନ୍ଧୀ ନୂଆ ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଏବଂ ପ୍ରାର୍ଥୀ ତାଲିକାକୁ ନେଇ କଡ଼ା ଆପତ୍ତି ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଉ ନାହିଁ। ଏପରିକି ସେ ଏହି ନିଷ୍ପତ୍ତି ବିରୋଧରେ ଏକ'ଡିସେଣ୍ଟନୋଟ୍' (ଭିନ୍ନମତପତ୍ର)ଦାଖଲ କରିଥିଲେ। ନୂଆ ନିର୍ଦ୍ଦେଶକ ବାଛିବା ନେଇ ରାହୁଲଙ୍କ ପ୍ରବଳ ବିରୋଧ ପରେ ସରକାର ବର୍ତ୍ତମାନର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

Also Read- CM Vijay floor test: ୨୫ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବିଦା କଲା AIADMK

ବିବାଦର ପୃଷ୍ଠଭୂମି

ପ୍ରବୀଣ ସୁଦଙ୍କୁ ନେଇ ପୂର୍ବରୁ ମଧ୍ୟ କଂଗ୍ରେସ ଓ ବିରୋଧୀ ଦଳ ଅସନ୍ତୁଷ୍ଟ ଥିଲେ। ଯେତେବେଳେ ସେ କର୍ଣ୍ଣାଟକର ଡିଜିପି (DGP) ଥିଲେ, ସେତେବେଳେ ପ୍ରଦେଶ କଂଗ୍ରେସ ତାଙ୍କ ଉପରେ ବିଜେପି ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଥିଲା। ଏବେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବା ପରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଥିବା ତିକ୍ତତା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।

ସରକାରଙ୍କ ଆଭିମୁଖ୍ୟ

ସରକାରୀ ସୂତ୍ର ଅନୁଯାୟୀ, ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାରେ ସ୍ଥିରତା ଏବଂ ଜାରି ରହିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ସୂଚାରୁ ପରିଚାଳନା ପାଇଁ ପ୍ରବୀଣ ସୁଦଙ୍କୁ ଆଉ ଏକ ବର୍ଷ ସମୟ ଦିଆଯାଇଛି। ଏହା ପୂର୍ବରୁ ସରକାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ମୁଖ୍ୟଙ୍କ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଇଥିଲେ।