ନୂଆଦିଲ୍ଲୀ: ନିର୍ବାଚନ ପରେ ଦେଶରେ ବଢ଼ିବନି ପେଟ୍ରୋଲ- ଡିଜେଲ ଦାମ୍। ଏଭଳି କରିବାକୁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ଖବର ମଧ୍ୟରେ ଆସିଛି ସରକାରଙ୍କ ସ୍ପଷ୍ଟୀକରଣ। ପୂର୍ବରୁ କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ନିର୍ବାଚନ ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ୨୮ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଯାହାକୁ ନେଇ ଏବେ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଏଭଳି ଖବରକୁ ମିଥ୍ୟା ବୋଲି କହିବା ସହ ଏଭଳି ଦାବିକୁ ଖାରଜ କରିଛି।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧିକୁ ନେଇ ଆସିଛି ବଡ଼ ଅପଡେଟ । ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ନିର୍ବାଚନ ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦାମ ୨୮ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଯାହାକୁ ନେଇ ଏବେ ସରକାର ସ୍ପଷ୍ଟୀକରଣ ରଖିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଖବରକୁ ମିଥ୍ୟା ବୋଲି କହିବା ସହ ଏଭଳି ଦାବିକୁ ଖାରଜ କରିଛି।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ମନ୍ତ୍ରଣାଳୟ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଟ୍ବିଟ୍ କରିଛି ଯେ, କିଛି ଖବର ଆସୁଛି ଯେଉଁଥିରେ ପେଟ୍ରୋଲ ଏବଂ ଡିଜେଲ ଦାମରେ ବୃଦ୍ଧି କଥା କୁହାଯାଉଛି। ଏସମ୍ପର୍କରେ ଏହା ମଧ୍ୟ ସ୍ପଷ୍ଟ କରାଯାଉଛି ଯେ, ସରକାରଙ୍କ ବିଚାରାଧୀ ଏଭଳି କୌଣସି ପ୍ରସ୍ତାବ ନାହିଁ। ଏଭଳି ଖବର ନାଗରିକଙ୍କ ମଧ୍ୟରେ ଡର ସୃଷ୍ଟି କରିବା ପାଇଁ କରାଯାଉଛି। ଏହା ବିଭ୍ରାନ୍ତିକର।

 

ପ୍ରକୃତରେ କୋଟାକ ଇନଷ୍ଟିଚ୍ୟୁସନାଲ ଇକ୍ବିଟିସର ରିପୋର୍ଟରେ ଦାବି କରାଯାଇଥିଲା ଯେ, ନିର୍ବାଚନ ପରେ ଦେଶରେ ପେଟ୍ରୋଲ ଲିଟର ପିଛା ୨୫-୨୮ ଟଙ୍କା ବୃଦ୍ଧି ହୋଇପାରେ। ଆହୁରି ମଧ୍ୟ କୁହାଯାଇଥିଲା ଯେ, ବର୍ତ୍ତମାନ ଅଶୋଧିତ ତେଲ ଦାମ ପ୍ରତି ବ୍ୟାରେଲ ପିଛା ପ୍ରାୟ ୧୨୦ ଡଲାର ସ୍ତରରେ ରହିଛି। ଏହାଦ୍ବାରା ତେଲ କମ୍ପାନି ଏବଂ ସରକାରଙ୍କ ଉପରେ ଅଧିକ ଆର୍ଥିକ ଚାପ ପଡ଼ୁଛି। ସରକାରୀ ତେଲ କମ୍ପାନିଗୁଡ଼ିକ ପ୍ରତି ମାସରେ ପ୍ରାୟ ୨୭ ହଜାର କୋଟି ଟଙ୍କା କ୍ଷତି ସହୁଛନ୍ତି। ଅବଶ୍ୟ ସରକାର ପ୍ରତି ଲିଟର ଉପରେ ଉତ୍ପାଦ ଶୁଳ୍କରେ ୧୦ଟଙ୍କା ଛାଡ଼ ଏବଂ ଓ୍ବିଣ୍ଡଫଲ୍ ଟ୍ୟାକ୍ସ ହ୍ରାସ ଭଳି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏହା କେବଳ ଅସ୍ଥାୟୀ ଆଶ୍ବସ୍ତି। ସ୍ଥାୟୀ ସମାଧାନ ନୁହେଁ। ହେଲେ ଏହି ରିପୋର୍ଟରେ ହୋଇଥିବା ଦାବିକୁ ସରକାର ଖଣ୍ଡନ କରିଛନ୍ତି।

Also Read: ୨୮ ଟଙ୍କା ବଢ଼ିଯିବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ! ନିର୍ବାଚନ ସରିବା ଯାଏଁ ଅପେକ୍ଷା

ଅଶୋଧିତ ତୈଳ ମୂଲ୍ୟ ଉପରେ ଯୁଦ୍ଧର ପ୍ରଭାବ

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିଶ୍ୱସ୍ତରୀୟ କାରଣ ଯୋଗୁ ମଧ୍ୟ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା, ହର୍ମୁଜ୍ ପ୍ରଣାଳୀରେ ବାଧା ଆଦି ତେଲ ଯୋଗାଣକୁ ପ୍ରଭାବିତ କରୁଛି। ଯାହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତାର ଉଚ୍ଚ ରହୁଛି।

ସେପଟେ ଭାରତ ଉପରେ ଏହାର ସିଧାସଳଖ ପ୍ରଭାବ ପକାଉଛି। ଫଳରେ ଅଶୋଧିତ ତୈଳ ଆମଦାନୀ ୧୩- ୧୫% ହ୍ରାସ ପାଇଛି। ତଥାପି ବଢ଼ିଥିବା ମୂଲ୍ୟ ଯୋଗୁ ଏବେ ମୋଟ ଆମଦାନୀ ବିଲ୍ ପ୍ରତିଦିନ ୧୯୦-୨୧୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ତଥାପି, ସରକାର କୋଟାକର ଏହି ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ଏବଂ ସେଗୁଡ଼ିକୁ ବିଭ୍ରାନ୍ତିକର ବୋଲି କହିଛନ୍ତି।