Gold Silver Rate Today: ଲଗାତର ୩ ଦିନ ଧରି ଦର ବୃଦ୍ଧି ପରେ ଆଜି(ଜୁଲାଇ ୩) ପୁଣି ବଢ଼ିଲା ସୁନା ଓ ରୁପା ଦର। ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲର୍ସ ଆସୋସିଏସନ(IBJA)ର ସୂଚନା ଅନୁସାରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୩,୧୦୪ ଟଙ୍କା ବୃଦ୍ଧି ପାଇଛି। ଫଳରେ ଦାମ ୧, ୪୬,୧୦୭ ଟଙ୍କା ପହଞ୍ଚିଛି। ଏହା ପୂର୍ବରୁ ଗୁରୁବାର ଦର ୧,୪୩,୦୦୩ ଟଙ୍କା ଥିଲା।

ସେହିପରି ଏକ କିଲୋ ରୁପା ଦରରେ ୪,୫୦୪ ଟଙ୍କା ବୃଦ୍ଧି ହୋଇ କେଜି ୨,୩୩,୩୫୪ ଟଙ୍କାରେ ପହଞ୍ଚିଛି। ସୁନା ଗତ ୪ ଦିନରେ ୪,୬୮୬ ଟଙ୍କା ଟଙ୍କା ରୁପା ୧୩,୩୭୪ ଟଙ୍କା ବଢ଼ି ଯାଇଛି। ଏହା ପୂର୍ବରୁ ସୋମବାର ସୁନା ୧.୪୧ ଲକ୍ଷ ଟଙ୍କା ରୁପା ୨.୨ ଲକ୍ଷ ଟଙ୍କା ଥିଲା।

ଏହି ବର୍ଷ ସୁନା ₹୧୨,୯୦୮ ଏବଂ ରୂପା ₹୨,୯୩୪ ମହଙ୍ଗା ହୋଇଛି।

ଏହି ବର୍ଷ, ସୁନା ଏବଂ ରୁପାର ମୂଲ୍ୟ ନିରନ୍ତର ପରିବର୍ତ୍ତନଶୀଳ ରହିଛି। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ₹୧୨,୯୦୮ ଏବଂ ରୁପା ₹୨,୯୩୪ ବୃଦ୍ଧି ପାଇଛି। ୩୧ ଡିସେମ୍ବର ୩୧, ୨୦୨୫ରେ ୧୦ ଗ୍ରାମ ସୁନାର ମୂଲ୍ୟ ₹୧.୩୩ ଲକ୍ଷ ଥିଲା, ଯାହା ଏବେ ₹୧.୪୬ ଲକ୍ଷରେ ପହଞ୍ଚିଛି।ଏହି ସମୟରେ, ୩୧ ଡିସେମ୍ବର ୨୦୨୫ରେ ରୁପା କେଜି ₹୨.୩୦ ଲକ୍ଷ ଟଙ୍କା ଥିଲା । ଏବେ ₹୨.୩୩ ଲକ୍ଷରେ ପହଞ୍ଚିଛି। ତେବେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ସୁନା ₹୧.୭୬ ଲକ୍ଷ ଏବଂ ରୁପା ₹୩.୮୬ ଲକ୍ଷ ସର୍ବକାଳୀନ ସର୍ବାଧିକ ମୂଲ୍ୟରେ ପହଞ୍ଚିଥିଲା। ହେଲେ ପରେ ଯୁଦ୍ଧ ଓ ଡିମାଣ୍ଡ ହ୍ରାସ ଯୋଗୁ ମୂଲ୍ୟ ଖସି ଯାଇଛି।

ଗୋଲ୍ଡ ରିଟର୍ଣ୍ଣନ୍ସ ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାରେ ଆଜି ୨୯୫୦ ବୃଦ୍ଧି ହୋଇଛି। ଫଳରେ ୧୦ ଗ୍ରାମକୁ ଦାମ ୧, ୩୪, ୭୫୦ ଗ୍ରାମ ହୋଇଛି।