Gold Silver Rate Today: ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ଗତ ଦୁଇ ଦିନ ହେଲା ସୁନା ଓ ରୁପା ଦର ରେକର୍ଡ ସ୍ତରରେ ବୃଦ୍ଧି ପାଇଥିଲା। ହେଲେ ଆଜି(୧୫ ମେ) ଉଭୟ ଧାତୁର ଦର ହ୍ରାସ ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଏକ କିଲୋଗ୍ରାମ ରୁପାର ମୂଲ୍ୟ ୧୯,୬୯୩ ଟଙ୍କା ହ୍ରାସ ପାଇ ୨.୬୮ ଲକ୍ଷ ଟଙ୍କା ହୋଇଛି, ଯାହା ଗୁରୁବାର ୨.୮୭ ଲକ୍ଷ ଟଙ୍କା ଥିଲା।

ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟରେ ୩,୦୦୦ ହଜାର ଟଙ୍କା ହ୍ରାସ ପାଇ ୧.୫୮ ଲକ୍ଷ ଟଙ୍କାକୁ ଖସି ଆସିଛି। ଏହା ପୂର୍ବରୁ ୧୬ ଏପ୍ରିଲରେ ସୁନା ଭରି ୧.୬୧ ଲକ୍ଷ ଟଙ୍କା ଥିଲା। ସୁନାର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟ ୧୦୬ ଦିନ ମଧ୍ୟରେ ୧୭,୯୬୨ ଟଙ୍କା ହ୍ରାସ ପାଇଥିବା ବେଳେ ରୁପାର ମୂଲ୍ୟରେ ୧୧୮,୪୩୩ ଟଙ୍କା ହ୍ରାସ ପାଇଛି। ଜାନୁଆରୀ ୨୯ ତାରିଖରେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ₹୧.୭୬ ଟଙ୍କା ପହଞ୍ଚି ଯାଇଥିଲା। ରୁପାର କେଜି ମୂଲ୍ୟ ₹୩.୮୬ ଲକ୍ଷ ଟଙ୍କା ଥିଲା।

ଅଲ ଟାଇମରୁ ୧୮ ହଜାର ଶସ୍ତା ହେଲା ସୁନା

ଚଳିତ ବର୍ଷ, ସୁନା ଏବଂ ରୁପାର ମୂଲ୍ୟରେ ନିରନ୍ତର ପରିବର୍ତ୍ତନ ଦେଖାଦେଇଛି। କେଉଁଦିନ କମୁଛି ତ ଆଉ କେଉଁ ଦିନ ବଢ଼ିବାରେ ଲାଗିଛି। ଗତବର୍ଷ ୩୧ ଡିସେମ୍ବର ୨୦୨୫ରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା। ଏହାପରେ ଚଳିତ ବର୍ଷ ୨୯ ଜାନୁଆରୀ ୨୦୨୬ ଏହା ସର୍ବକାଳୀନ ସର୍ବାଧିକ ₹୧.୭୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ଆଉ ବର୍ତ୍ତମାନର ପରିସ୍ଥିତିରେ ସୁନା ଏହାର ସର୍ବୋଚ୍ଚ ସ୍ତରରୁ ₹୧୮ ହଜାର ଟଙ୍କା ହ୍ରାସ ପାଇ ₹୧.୫୮ ଲକ୍ଷ/୧୦ ହୋଇଛି।

Also Read- କଟକରୁ ଭୁବନେଶ୍ୱର, ମାଲକାନାଗିରିରୁ ସୁବର୍ଣ୍ଣପୁର… ତେଲ ପାଇଁ ହାହାକାର, କୃତ୍ରିମ ସଙ୍କଟ ପଛରେ କାହାର ହାତ ?

ତେବେ ସୁନା ତୁଳନାରେ ରୁପା ମୂଲ୍ୟରେ ଅଧିକ ଅପଡାଉନ ହୋଇଛି। ରୁପା ଅଲ୍ ଟାଇମ ହାଇରୁ ଅଧିକ ହ୍ରାସ ପାଇଛି। ୩୧ ଡିସେମ୍ବର ୨୦୨୫ରେ ସୁନା ୨. ୩୦ ଲକ୍ଷ ଟଙ୍କା ଥିଲା। ଏହାପରେ ଚଳିତ ବର୍ଷ ୨୯ ଜାନୁଆରୀ ୨୦୨୬ରେ ଏହା ୩.୮୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସେବେଠାରୁ ଏପର୍ଯ୍ୟନ୍ତତ ଗତ ୧୦୬ ଦିନରେ ରୁପା ମୂଲ୍ୟ କେଜି ପ୍ରତି ୧.୧୮ ଲକ୍ଷ ଟଙ୍କା ହ୍ରାସ ପାଇ ବର୍ତ୍ତମାନ କେଜି ₹୨.୬୮ ଲକ୍ଷ ଟଙ୍କାରେ ପହଞ୍ଚିଛି।

Also Read- ଦକ୍ଷିଣ ଭାରତରେ ଶ୍ରମିକ ସଂକଟ: ଫ୍ଲାଇଟ୍ ଟିକେଟ, ଲଗଜୁରି ବସ ପଠାଇବା ଓ ଅଧିକ ଦରମା ଦେବା ପରେ ବି ଆସୁ ନାହାନ୍ତି ଶ୍ରମିକ