Gold, Silver Rate Today: ଗୁରୁବାର (୨୩ ଏପ୍ରିଲ) ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ₹୯୨୭ ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ଟଙ୍କା ହୋଇଛି। ଗତକାଲି ୧୦ ଗ୍ରାମ ମୂଲ୍ୟ ₹୧ ଲକ୍ଷ ୫୨ ହଜାର ଟଙ୍କା ଥିଲା। ସେହିଭଲି ରୁପା ମୂଲ୍ୟରେ ମଧ୍ୟ ବଡ଼ ହ୍ରାସ ଘଟିଛି। ଗୁରୁବାର ରୁପା ମୂଲ୍ୟ କେଜି ପ୍ରତି ୪,୭୦୦ ଟଙ୍କା କମିଛି। ଫଳରେ ରୁପା କିଲୋଗ୍ରାମ ମୂଲ୍ୟ ୨ ଲକ୍ଷ ୪୩ ହଜାର ଟଙ୍କାକୁ ହ୍ରାସ ପାଇଛି। ଏହା ପୂର୍ବରୁ ଗତକାଲି ରୁପା ମୂଲ୍ୟ ୨ ଲକ୍ଷ ୪୮ ହଜାର ଟଙ୍କା ଥିଲା।

ଚଳିତ ବର୍ଷ ସୁନା ୧୮ ହଜାର ଓ ରୁପ ୧୪ ହଜାର ମହଙ୍ଗା

• ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ୧୮,୦୦୦ ଟଙ୍କା ମହଙ୍ଗା ହୋଇଛି। ଡିସେମ୍ବର ୩୧, ୨୦୨୫ ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫୧ ଲକ୍ଷ ଟଙ୍କାରେ ପହଞ୍ଚିଛି।

• ଚଳିତ ବର୍ଷ ରୁପା ୧୩,୦୦୦ ଟଙ୍କା ମହଙ୍ଗା ହୋଇଛି। ଡିସେମ୍ବର ୩୧, ୨୦୨୫ ରେ ରୁପା କିଲୋଗ୍ରାମ ପିଛା ୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୨.୪୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

Alos read- ନିର୍ବାଚନ ପରେ ବଢ଼ିବ ପେଟ୍ରୋଲ- ଡିଜେଲ ଦାମ୍: ଦାବିକଲା ବେସରକାରୀ ରିପୋର୍ଟ, ମନାକଲେ ସରକାର

• ଜାନୁଆରୀ ୨୯ ରେ ସୁନା ସର୍ବାଧିକ ୧.୭୬ ଲକ୍ଷ ଟଙ୍କା ଏବଂ ରୁପା ସର୍ବାଧିକ ୩.୮୬ ଲକ୍ଷ ଟଙ୍କା କରିଥିଲା। ଅର୍ଥାତ୍, ସର୍ବୋଚ୍ଚ ମୂଲ୍ୟରୁ ସୁନା ୨୫,୦୦୦ ଟଙ୍କା ଏବଂ ରୁପା ୧.୪୨ ଲକ୍ଷ ଟଙ୍କା ଶସ୍ତା ହୋଇଛି।

ଗୋଲ୍ଡ ରିଟର୍ଣ୍ଣର ରିପୋର୍ଟ ଅନୁସାରେ, ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟରେ ୧୧୦୦ ଟଙ୍କା ଶସ୍ତା ହୋଇଛି। ବର୍ତ୍ତମାନ ୧୦ ଗ୍ରାମ ମୂଲ୍ୟ ୧ ଲକ୍ଷ ୪୦ ହଜାର ୭୫୦ ଟଙ୍କା ରହିଛି।