​​​​​​​ମେଷ- କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅଟକିଥିବା କାମ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବ। ପରିବାରରେ ଶାନ୍ତିପୂର୍ଣ୍ଣ ପରିବେଶ ରହିବ। ନୂଆ ଯୋଜନା ପାଇଁ ଦିନଟି ଅନୁକୂଳ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ।

ବୃଷ- ଆର୍ଥିକ କ୍ଷେତ୍ରରେ ମଧ୍ୟମ ଫଳ ମିଳିବ। ଖର୍ଚ୍ଚ ଓ ଆୟ ମଧ୍ୟରେ ସନ୍ତୁଳନ ରଖନ୍ତୁ। ବ୍ୟବସାୟରେ ପୁରୁଣା ଗ୍ରାହକଙ୍କ ସହଯୋଗ ମିଳିବ। ଦୂର ଯାତ୍ରାର ଯୋଜନା ସଫଳ ହୋଇପାରେ। ଧୈର୍ଯ୍ୟ ରଖି କାମ କଲେ ଲାଭ ମିଳିବ। ଜମି ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରୁହନ୍ତୁ। ପରିବାରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ମିଳିବ।

ମିଥୁନ- ଦିନଟି କିଛି ପ୍ରତିକୂଳ ରହିପାରେ। କଥାବାର୍ତ୍ତାରେ ସଂଯମ ନ ରଖିଲେ ବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ବିଳମ୍ବ ଯୋଗୁ ଚାପ ବଢ଼ିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ଦଲିଲପତ୍ର ଭଲଭାବେ ଯାଞ୍ଚ କରନ୍ତୁ। ଧ୍ୟାନ ଓ ପ୍ରାର୍ଥନା ମନକୁ ଶାନ୍ତି ଦେବ।

କର୍କଟ- ଘାତ ବାର ଥିବାରୁ ସତର୍କ ରହିବା ଆବଶ୍ୟକ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରର କାହାରି ସ୍ୱାସ୍ଥ୍ୟ ନେଇ ଚିନ୍ତା ହୋଇପାରେ। ଧାର ଦେବା କିମ୍ବା ନେବାକୁ ଏଡ଼ାନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି କିଛି ସୁଧୁରିବ। ଅନାବଶ୍ୟକ ଯାତ୍ରା ଏଡ଼ାଇବା ଭଲ। ଶିବଙ୍କ ନାମ ସ୍ମରଣ କଲେ ମାନସିକ ବଳ ମିଳିବ।

ସିଂହ- ଘାତ ଚନ୍ଦ୍ର ଯୋଗୁ ମାନସିକ ଅଶାନ୍ତି ବଢ଼ିପାରେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସ୍ଥଗିତ ରଖିଲେ ଭଲ। ଉଚ୍ଚପଦସ୍ଥଙ୍କ ସହ ବିନମ୍ର ବ୍ୟବହାର କରନ୍ତୁ। ଶରୀରରେ କ୍ଲାନ୍ତି ଅନୁଭବ ହୋଇପାରେ। ଭଗବାନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

କନ୍ୟା- ଶିକ୍ଷା ଓ ଚାକିରି କ୍ଷେତ୍ରରେ ଶୁଭ ସୁଯୋଗ ମିଳିବ। ଅଧିକାରୀଙ୍କ ପ୍ରଶଂସା ପାଇପାରନ୍ତି। ପୁରୁଣା ସମସ୍ୟାର ସମାଧାନ ମିଳିବ। ମିତ୍ରଙ୍କ ସହଯୋଗରେ ଅଟକିଥିବା କାମ ଆଗକୁ ବଢ଼ିବ। ମନ ପ୍ରସନ୍ନ ରହିବ। ପରୀକ୍ଷାର୍ଥୀଙ୍କ ପାଇଁ ଦିନଟି ଉତ୍ତମ। ଘରେ ମଙ୍ଗଳମୟ ପରିବେଶ ରହିବ।

ତୁଳା- ମିଶ୍ର ମଧ୍ୟମ ଫଳ ମିଳିବ। ଆର୍ଥିକ ଲାଭ ହେଲେ ମଧ୍ୟ ଖର୍ଚ୍ଚ ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ବୁଝାମଣା ରଖନ୍ତୁ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଧୈର୍ଯ୍ୟ ହିଁ ସଫଳତାର ଚାବି ହେବ। ବ୍ୟବସାୟରେ ନୂଆ ଯୋଗାଯୋଗ ସୃଷ୍ଟି ହେବ। ସନ୍ତାନ ପକ୍ଷରୁ ଆନନ୍ଦ ମିଳିବ।

ବିଛା- ଭାଗ୍ୟର ସହଯୋଗରେ ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ଭଲ ଲାଭର ସମ୍ଭାବନା ରହିଛି। ପରିବାରରେ ଖୁସିର ଖବର ମିଳିପାରେ। ସନ୍ତାନ ପକ୍ଷରୁ ଆନନ୍ଦ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପ୍ରତିଯୋଗିତାରେ ସଫଳତା ମିଳିପାରେ। ଆୟର ନୂଆ ମାର୍ଗ ଖୋଲିବ।

ଧନୁ- ମିଶ୍ର ଫଳ ମିଳିବ। ଚାକିରିରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ। ବ୍ୟବସାୟରେ ବଡ଼ ବିନିଯୋଗ ସ୍ଥଗିତ ରଖନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଧନ ପ୍ରାପ୍ତିରେ ସାମାନ୍ୟ ବିଳମ୍ବ ହୋଇପାରେ।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ଓ ସଫଳତା ମିଳିପାରେ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ସମୟ ଅନୁକୂଳ। ଆର୍ଥିକ ସ୍ଥିତିରେ ସୁଧାର ଦେଖାଯିବ। ପରିବାର ସହ ସୁନ୍ଦର ସମୟ କଟିବ। ପଦୋନ୍ନତିର ସୁଯୋଗ ସୃଷ୍ଟି ହୋଇପାରେ। ସମାଜରେ ମାନସମ୍ମାନ ବଢ଼ିବ।

କୁମ୍ଭ- ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ। ଗୋପନ ଶତ୍ରୁଙ୍କୁ ନେଇ ସତର୍କ ରହିବା ଭଲ। କାର୍ଯ୍ୟରେ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ଆଧ୍ୟାତ୍ମିକ ଚିନ୍ତାଧାରା ମନକୁ ଶାନ୍ତି ଦେବ। ଅପଚୟ କମାନ୍ତୁ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ। ପୁରୁଣା ଋଣ ପରିଶୋଧର ସୁଯୋଗ ମିଳିବ।

ମୀନ- ଆୟ ବୃଦ୍ଧିର ଭଲ ସମ୍ଭାବନା ରହିଛି। ମିତ୍ରଙ୍କ ସହଯୋଗରେ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟରେ ଉନ୍ନତିର ପଥ ଖୋଲିବ। ପରିବାରରେ ହସଖୁସିର ପରିବେଶ ରହିବ। ସନ୍ଧ୍ୟା ସମୟ ଶୁଭ ଓ ଲାଭଦାୟକ ରହିବ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ। ଭାଗୀଦାରୀ କାର୍ଯ୍ୟରେ ଲାଭ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682