​​​​​​​ମେଷ- କର୍ମକ୍ଷେତ୍ରରେ ସଫଳତା ମିଳିବ। ପରିବାରର ସହଯୋଗ ପାଇବେ। ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ସ୍ଥିତି ସୁଧୁରିବ। ନୂଆ ପରିଚୟ ଲାଭଦାୟକ ହେବ। ଯାତ୍ରାରେ ଶୁଭ ଫଳ ମିଳିବ। ଘରେ ଶୁଭ ସମ୍ବାଦ ଆସିପାରେ। ବରିଷ୍ଠଙ୍କ କୃପା ମିଳିବ।

ବୃଷ- ବ୍ୟବସାୟରେ ଲାଭ ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। ଘରେ ଖୁସିର ପରିବେଶ ରହିବ। ନିବେଶରୁ ଭଲ ଫଳ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଅଧୁରା କାମ ସମ୍ପୂର୍ଣ୍ଣ ହେବ।

ମିଥୁନ- ଚାକିରିରେ ପ୍ରଶଂସା ମିଳିବ। ପଢ଼ାରେ ମନ ଲାଗିବ। ମାନସିକ ଚାପ କମିବ। ନୂଆ ଯୋଜନା ସଫଳ ହେବ। ଉଚ୍ଚ ପଦସ୍ଥଙ୍କ ସହଯୋଗ ପାଇବେ। ପରିଶ୍ରମର ଉଚିତ ଫଳ ମିଳିବ। ଆୟରେ ବୃଦ୍ଧି ହୋଇପାରେ। ଭାଇଭଉଣୀଙ୍କ ସହଯୋଗ ମିଳିବ।

କର୍କଟ- ପାରିବାରିକ ଶାନ୍ତି ରହିବ। ଅଟକିଥିବା ଟଙ୍କା ମିଳିପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଜମି ବା ଘର ସମ୍ବନ୍ଧୀୟ କାମ ଆଗକୁ ବଢ଼ିବ। ବରିଷ୍ଠଙ୍କ ପରାମର୍ଶ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନ ପକ୍ଷରୁ ଖୁସି ମିଳିବ। ନୂଆ ବସ୍ତୁ କ୍ରୟର ଯୋଗ ରହିଛି।

ସିଂହ- ଘାତ ଚନ୍ଦ୍ର ଥିବାରୁ ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ। କାର୍ଯ୍ୟରେ ବାଧା ଆସିପାରେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ଧନ ଖର୍ଚ୍ଚରେ ସଂଯମ ରଖନ୍ତୁ। ଜୀବନସାଥୀଙ୍କ ସହ ଧୈର୍ଯ୍ୟ ରଖନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି ସୁଧୁରିବ। ମାତାପିତାଙ୍କ ଆଶୀର୍ବାଦରେ କାମ ସଫଳ ହେବ। ମନୋବଳ ଅତୁଟ ରହିବ।

କନ୍ୟା- ପରିଶ୍ରମର ଫଳ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରରେ ଶୁଭ କାର୍ଯ୍ୟର ଯୋଗ ରହିଛି। ମନ ପ୍ରଫୁଲ୍ଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଅନୁକୂଳ। ସମ୍ମାନ ବୃଦ୍ଧି ପାଇବ।

ତୁଳା- ପ୍ରେମ ସମ୍ପର୍କ ମଧୁର ହେବ। କଳା କ୍ଷେତ୍ରରେ ସଫଳତା ମିଳିବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ସମ୍ମାନ ବୃଦ୍ଧି ପାଇବ। ବନ୍ଧୁଙ୍କ ସହଯୋଗ ମିଳିବ। ଅଟକିଥିବା କାମ ପୂରଣ ହେବ। ମନ ଖୁସି ରହିବ।

ବିଛା- ଆତ୍ମବିଶ୍ୱାସ ବଢ଼ିବ। ନେତୃତ୍ୱ କ୍ଷମତା ପ୍ରକାଶ ପାଇବ। ବ୍ୟବସାୟରେ ଭଲ ଲାଭ ହେବ। ଚାକିରିରେ ଉନ୍ନତିର ସଙ୍କେତ ରହିଛି। ଘରୋଇ କାମ ସଫଳତାର ସହ ଶେଷ ହେବ। ଧନ ସଞ୍ଚୟ କରିବାରେ ସଫଳ ହେବେ। ନୂଆ ଚୁକ୍ତି ଲାଭଦାୟକ ହେବ। ପରିବାରରେ ସୁଖ ବଢ଼ିବ।

ଧନୁ- ଦୂର ଯାତ୍ରାର ଯୋଗ ରହିଛି। ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଉଚ୍ଚଶିକ୍ଷାରେ ଭଲ ଖବର ମିଳିପାରେ। ପରିବାରରେ ଶାନ୍ତି ରହିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବିଦେଶ ସମ୍ବନ୍ଧୀୟ କାମ ସଫଳ ହେବ। ସମ୍ମାନ ପ୍ରାପ୍ତିର ଯୋଗ ରହିଛି।

ମକର- ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବଳ ବଢ଼ିବ। କାର୍ଯ୍ୟରେ ସଫଳତା ମିଳିବ। ପଦ ପ୍ରତିଷ୍ଠା ବୃଦ୍ଧି ପାଇବ। ଧନ ଲାଭର ସୁଯୋଗ ରହିଛି। ପରିବାରର ସମର୍ଥନ ପାଇବେ। ନୂଆ କାମ ଆରମ୍ଭ ପାଇଁ ଦିନଟି ଅନୁକୂଳ। ମାନସିକ ସ୍ଥିରତା ରହିବ। ପ୍ରତିଷ୍ଠା ବୃଦ୍ଧି ପାଇବ।

କୁମ୍ଭ- ଖର୍ଚ୍ଚ ବଢ଼ିପାରେ କିନ୍ତୁ ଆୟ ମଧ୍ୟ ରହିବ। ବିଦେଶ ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ଗୁପ୍ତ ଶତ୍ରୁଠାରୁ ସତର୍କ ରୁହନ୍ତୁ। ଧ୍ୟାନ ଓ ପ୍ରାର୍ଥନାରେ ମନ ଶାନ୍ତ ରହିବ। ପୁରୁଣା ଚିନ୍ତା ଦୂର ହେବ। ଶୁଭ ସମ୍ବାଦ ମିଳିପାରେ। ଅନାବଶ୍ୟକ ବିବାଦ ଏଡ଼ାନ୍ତୁ। ସ୍ୱାସ୍ଥ୍ୟରେ ଉନ୍ନତି ହେବ।

ମୀନ- ଇଚ୍ଛା ପୂରଣର ଦିନ ରହିଛି। ବ୍ୟବସାୟରେ ଲାଭ ହେବ। ବନ୍ଧୁଙ୍କ ସହଯୋଗରେ କାମ ସଫଳ ହେବ। ଅଟକିଥିବା ଯୋଜନା ପୂରଣ ହେବ। ସାମାଜିକ ସମ୍ମାନ ବଢ଼ିବ। ଆର୍ଥିକ ଉନ୍ନତିର ନୂଆ ସୁଯୋଗ ମିଳିବ। ପରିବାରରେ ଆନନ୍ଦ ରହିବ। ଶୁଭ କାର୍ଯ୍ୟରେ ଯୋଗଦାନ କରିବେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682