ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଛି।

ସୂଚନା ଅନୁସାରେ ସୁନାଥର ଗ୍ରାମ ମଝି ସାହିରେ ଜଣେ ବ୍ୟକ୍ତି ନିଜ ଘରେ ଗ୍ୟାସ ଲଗାଇବା ବେଳେ ଏହି ଅଘଟଣ ଘଟିଛି। ଜଣାପଡ଼ିଛି ବ୍ୟକ୍ତି ଜଣକ ଏକ ଗ୍ୟାସ ଏଜେନ୍ସୀରେ କାମ କରନ୍ତି। ତେବେ ଘରେ ଥିବା ଗ୍ୟାସ୍ ଟାଙ୍କିରେ ଲିକ୍ ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବିସ୍ଫୋରଣ ସମୟରେ ଘରେ ୪ ସଦସ୍ୟ ଥିଲେ।

Also Read: 

ତେବେ ସମୁଦାୟ ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୁଷୋତ୍ତମପୁର ପୋଲିସ ଏସ ଆଇ ସୁଶାନ୍ତ ମିଶ୍ର। ଘରର ଟିଣ ଉଡ଼ିଥିବା ବେଳେ ପକ୍କା ଘରର କାନ୍ଥ ଫାଟିଯାଇଛି।