ଗଜପତି ୨୨।୦୭ : ଯୁବକଙ୍କ ମୃତଦେହ ଠାବ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସୁବାଷ ନଗର ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକଙ୍କ ନାମ ସନ୍ତୋଷ କୁମାର ଭୁକ୍ତା ବୋଲି ଜଣାପଡିଛି । ସେ ରାଜଗୁରୁ ସାହି ବାସିନ୍ଦାର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟାରେ ସନ୍ତୋଷ ଘରୁ ବାହାରି ଯାଇଥିଲେ । ବିଳମ୍ବିତ ରାତି ଯାଏଁ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବୁଧବାର ସକାଳୁ ସନ୍ତୋଷଙ୍କ ମୃତଦେହ ଘାସି ସାହି ଛକ ନିକଟରେ ପଡିଥିବାର ସୂଚନା ମିଳିଥିଲା । ଏହାପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରେ ସେ ଯାହା ଦେଖିଲେ , ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କେହି ସନ୍ତୋଷଙ୍କୁ ହତ୍ୟା ପରେ ଘୋଷାଡ଼ି ଘୋଷାଡ଼ି ଆଣି ଅଳିଆ ଗଦା ନିକଟରେ ପକାଇ ଦେଇଛି ।
Also Read:-ସାରା ଓଡ଼ିଶାରେ କାଚୁଛି ତୁହାକୁ ତୁହା ବର୍ଷା, ୧୦ ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ
ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ବେଳେ ଯେହେତୁ ମୃତଦେହକୁ ଘୋଷାଡ଼ି ଆଣିଥିବା ଚିହ୍ନ ଦେଖିବାକୁ ପାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ହତ୍ୟା ସନ୍ଦେହ କରୁଛି । ସାଇଣ୍ଟିଫିକ୍ ଟିମ୍ ଆସିଲେ ହତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସୂଚନା ମିଳିଛି । ସେହିପରି ପରିବାର ଲୋକଙ୍କ ମୁତାବିକ, ସନ୍ତୋଷ ବିଭିନ୍ନ ସ୍ଥାନରୁ ଋଣ ଆଣି ପରିଶୋଧ କରୁନଥିଲେ। ଋଣ ଦେଇଥିବା ବ୍ୟକ୍ତି ମାନେ ଆସି ସବୁ ବେଳେ ସନ୍ତୋଷଙ୍କ ଗଣ୍ଡଗୋଳ କରୁଥିଲେ।
