ଭୁବନେଶ୍ବର ୩୧।୭: ରାଜଧାନୀରେ ବଡ଼ ଅଘଟଣ ଟଳିଗଲା । ମନ୍ଦିର କାମ ଚାଲିଥିବା ବେଳେ ଫାଟିଗଲା ଗ୍ୟାସ୍ ପାଇପ୍ ଲାଇନ୍ । ଫଳରେ ଗେଲ୍ ଇଣ୍ଡିଆ ପାଇପ୍ ଲାଇନ୍ରୁ ଲିକ୍ ହେଲା ଗ୍ୟାସ୍ । ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଜେସିବି ଖୋଳୁଥିବା ବେଳେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍ । ୪୦ ମିନିଟ୍ ପର୍ଯ୍ୟନ୍ତ ଲିକ୍ ହେଲା ଗ୍ୟାସ୍ ।

Also Read:- ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁରକୁ ଆଲର୍ଟ, ଖୋଲିପାରେ ହୀରାକୁଦର ଆଉ ୧୨ ଗେଟ୍

ଗ୍ୟାସ୍ ଲିକ୍ ହେବା ଫଳରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ, ଅଗ୍ନିଶମ ବାହିନୀ, ବିଏମସି କର୍ମଚାରୀ ଓ ଶେଷରେ ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଗ୍ୟାସ୍ ଲିକ୍କୁ ବନ୍ଦ କରାଯାଇଥିଲା ।