Kalita Majhi Wins: ଏଥର ୫ ରାଜ୍ୟର ନିର୍ବାଚନରେ ଅନେକ ରୋମାଞ୍ଚିତ ବିଜୟ, ଅନେକ ଇମୋସନର ବିଜୟ ଦେଖିବାକୁ ମିଳିଛି। ଆର୍‌ଜି କର ମେଡିକାଲ ଦୁଷ୍କର୍ମ ପୀଡ଼ିତାଙ୍କ ମାଆଁ ହୁଅନ୍ତୁ କିମ୍ବା ଥାଲାପତି ବିଜୟଙ୍କ ଡ୍ରାଇଭରଙ୍କ ପୁଅ,ଏମାନେ ସମସ୍ତେ ଏଥର ଜନାଦେଶ ପାଇଁ ସାଜିଛନ୍ତି ନେତା।

ସେହି ପଶ୍ଚିମବଙ୍ଗରୁ ଆଉ ଏକ ଇମୋସନାଲ ବିଜୟର ଘଟଣା ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଜଣେ ଘରୋଇ ସହାୟିକା ସାଜିଛନ୍ତି ବିଧାୟକ। ଦିନେ ମାସିକ ୨୫୦୦ ଟଙ୍କାରେ ଘରୋଇ ସହାୟିକା ଭାବରେ କାମ କରୁଥିବା କାଳିତା ମାଝୀ ଜିତିଛନ୍ତି ଔସଗ୍ରାମ ନିର୍ବାଚନମଣ୍ଡଳୀ। ହୋଇଛନ୍ତି ବିଧାୟକ।

କାଳୀତା ବିଜେପି ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ଥିଲେ ଟିଏମ୍ସିର ଶ୍ୟାମା ପ୍ରଶନ୍ନ ଲୋହର। କାଳୀତାଙ୍କୁ ମୋଟ ୧ ଲକ୍ଷ ୭ ହଜାର ୬୯୨ ଖଣ୍ଡ ଭୋଟ ମିଳିଥିଲା। ସେ ଟିଏମ୍ସିର ଶ୍ୟାମା ପ୍ରଶନ୍ନ ଲୋହରଙ୍କୁ ୧୨,୫୩୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ।

ଘରୋଇ ସହାୟିକାଙ୍କର ରାଜନୀତିରେ ଏଣ୍ଟ୍ରି

ଗୁସ୍କାରା ମ୍ୟୁନିସିପାଲିଟିର ବାସିନ୍ଦା, କାଳିତା ମାଝୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୪ ଜଣଙ୍କ ଘରେ ଘରୋଇ ସହାୟକ ଭାବରେ କାମ କରୁଥିଲେ।

ତାଙ୍କର ପ୍ରାର୍ଥୀତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ସେ ବିଜୟୀ ହେବା ପରେ ନିର୍ବାଚନ ରାଜନୀତି ମାଧ୍ୟମରେ ସାମାଜିକ-ଆର୍ଥିକ ଗତିଶୀଳତାର ଏକ ବିରଳ ଉଦାହରଣ ସୃଷ୍ଟି ହୋଇଛି।

Also Read- Rupa Ganguly wins: ବରିଷ୍ଠ ବିଜେପି ନେତା ରୂପା ଗାଙ୍ଗୁଲିଙ୍କ ବିଜୟ, ୩୫,୭୮୨ ହଜାର ଭୋଟ୍ରେ ଟିଏମସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ

ସବୁଠାରୁ ବଡ଼ କଥା ହେଲା କାଳୀତ ମାଝୀ ଘରୋଇ ସହାୟିକା ଭାବରେ କାମ କରୁଥିଲେ ବି ରାଜନୀତି ପାଇଁ ଯେଉଁ ଲୋକସମ୍ପର୍କ ଆବଶ୍ୟକ, ତାହା ତାଙ୍କ ପାଖରେ ରହିଥିଲା। ଏମିତିକି ସେ ୨୦୨୧ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ହେଲେ ଟିଏମ୍ସିର ଅଭେଦାନନ୍ଦ ଥାଣ୍ଡେରଙ୍କ ଠାରୁ ୧୧,୮୧୫ ଭୋଟ୍ରେ ପରାସ୍ତ ହୋଇଥିଲେ। କିନ୍ତୁ ତାଙ୍କର ସ୍ଥାନୀୟ ମଜଭୁତ ଲୋକ ସମ୍ପର୍କ ଦେଖି ଏଥର ବିଜେପି ପୁଣିଥରେ ତାଙ୍କ ଉପରେ ଭରସା କରି ଟିକେଟ୍ ଦେଇଥିଲେ। ଶେଷରେ ସେ ବିଜୟୀ ହୋଇଛନ୍ତି।