Rupa Ganguly wins: ପଶ୍ଚିମବଙ୍ଗରେ ଏଥର ବିଜେପି ବାଜିମାତ କରିଛି। ମମତାଙ୍କ କ୍ଷମତା ଏଥର କାମ ଦେଇ ନାହିଁ। ଏଠାରେ ବିଜେପି ୨୦୬ ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଥିବା ବେଳେ ଟିଏମସି ୮୦ଟି ଆସନ ଜିତିଛି ଓ ଗୋଟିଏ ଆସନରେ ଆଗୁଆ ରହିଛି।

ରାଜ୍ୟରେ ବିଜେପିର ଏକାଧିକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଆର୍ ଚୋପ୍ରାଙ୍କ ମହାଭାରତରୁ ଫେମସ ହୋଇଥିବା ରୂପା ଗାଙ୍ଗୁଲି ମଧ୍ୟ ସୋନାରପୁର ଦକ୍ଷିଣ ଆସନରୁ ବିଜେପି ଟିକେଟ୍‌ରେ ବିଜୟୀ ହୋଇଛନ୍ତି। ସେ ୧,୨୮,୮୭୦ ଭୋଟ୍ ପାଇ ଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତୃଣମୁଳ କଂଗ୍ରେସ ପ୍ରାର୍ଥୀ ଅରୁନ୍ଧତି ମିତ୍ର (ଲଭଲି)ଙ୍କୁ ୯୩ ହଜାର ୧୮୮ ଭୋଟ୍ ମିଳିଥିଲା। ଫଳରେ ରୂପା ୩୫,୭୮୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Also Read- Also Read-‘ଗୋଇଠା ମାରିଲେ, ସିସିଟିଭି ମଧ୍ୟ ବନ୍ଦ କରିଦେଲେ’, ଭୋଟ ଗଣତି ମଧ୍ୟରେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ

ସିପିଆଇର ପରମିତା ଦାସଗୁପ୍ତା ୧୬,୭୮୪ ଭୋଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସର ସୁବ୍ରତ ଦତ୍ତ ୧,୩୬୮ ଭୋଟ ସହିତ ତୃତୀୟ ସ୍ଥାନରେ ରହିଥିଲେ। ପଶ୍ଚିମବଙ୍ଗର ୨୦୨୬ ବିଧାନସଭା ନିର୍ବାଚନରେ ନୋଟା ସହିତ ଚଉଦ ପ୍ରାର୍ଥୀ ସୋନାରପୁର ଦକ୍ଷିଣରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ସୋନାରପୁର ଦକ୍ଷିଣ ହେଉଛି ଦକ୍ଷିଣ ୨୪ ପ୍ରଗଣାର ଏକ ସେମି-ଅର୍ବାନ ବିଧାନସଭା ନିର୍ବାଚନମଣ୍ଡଳୀ, ଯାହା ଯାଦବପୁର ଲୋକସଭା ନିର୍ବାଚନମଣ୍ଡଳୀର ଏକ ଅଂଶ। ଏହା ରାଜପୁର ସୋନାରପୁର ପୌରପାଳିକାର ୱାର୍ଡ ଏବଂ ସୋନାରପୁର ଗୋଷ୍ଠୀ ବିକାଶ ବ୍ଲକର ଅନେକ ଗ୍ରାମ ପଞ୍ଚାୟତକୁ କଭର କରେ।

ପଶ୍ଚିମବଙ୍ଗରେ ଟିଏମ୍ସି ବିପର୍ଯ୍ୟୟ

ଏଥର ପଶ୍ଚିମବଙ୍ଗରେ ମମତାଙ୍କ ସରଳତାର ଛବି କାମ ଦେଇ ନାହିଁ। ଦଳ ଏଥର ଦୁଇ ଅଙ୍କର ସୀମିତ ରହିଛି। ବିଜେପି ୨୦୬ ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଥିବା ବେଳେ ଟିଏମ୍‌ସି ୮୦ଟି ଆସନ ଜିତିଛି ଓ ଗୋଟିଏ ଆସନରେ ଆଗୁଆ ରହିଛି। ସବୁଠାରୁ ବଡ଼ କଥା ହେଲା ଦଳର ପରିଚୟ, ତଥା ଟିଏମ୍ସି ସୁପ୍ରିମ ମମତା ବାନାର୍ଜୀ ମଧ୍ୟ ତାଙ୍କ ଆସନ ବଞ୍ଚାଇବାରେ ସଫଳ ହୋଇ ନାହାନ୍ତି। ମମତା ଭବାନୀପୁରରୁ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।