କୋଲକାତା, ୦୭/୦୫: ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ବା ପିଏ । କାରରେ ଯାଉଥିବା ବେଳେ ତାଙ୍କୁ ୪ ରାଉଣ୍ଡ ଗୁଳିମାଡ ହୋଇଥିଲା । ଏହାମଧ୍ୟରୁ ତିନୋଟି ତାଙ୍କ ଶରୀରରେ ବାଜିଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଚନ୍ଦ୍ରନାଥଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଏହି ଅଘଟଣ ଘଟିଛି ।

ବାୟୁସେନା ଅଧିକାରୀରୁ ପଲିଟିକ୍ସ

ତେବେ ଚନ୍ଦ୍ରନାଥ ଶୁଭେନ୍ଦୁଙ୍କର ଖୁବ୍ ଖାସ୍ ଥିଲେ । ଏପରିକି କୋର୍ ଟିମର ସଦସ୍ୟ ଥିଲେ । ରାଜନୀତିରେ ଏଣ୍ଟ୍ରି କରିବା ପୂର୍ବରୁ ସେ ଭାରତୀୟ ବାୟୁ ସେନାରେ କାର୍ଯ୍ୟ କରୁଥିଲେ ।

ନାଁ ଚନ୍ଦ୍ରନାଥ ରଥ । ବୟସ ୪୧ । ପୂର୍ବ ମେଦିନାପୁର ଜିଲ୍ଲାର ଚାନ୍ଦିପୁରରେ ତାଙ୍କର ଘର । ଏହି ଅଞ୍ଚଳ ହେଉଛି ଶୁଭେନ୍ଦୁଙ୍କ ଗଡ । ତେବେ ଏତେ ବଡ ନେତାଙ୍କ ପିଏ ଥିଲେ ବି ଲୋକଲୋଚନକୁ ଆସୁ ନଥିଲେ ଚନ୍ଦ୍ରନାଥ । ବାହାରେ ଖୁବ୍ କମ୍ ମିଳାମିଶା କରୁଥିଲେ । ସେ ଶୁଭେନ୍ଦୁଙ୍କ କୋର୍ ଟିମରେ ବଡ ଦାୟିତ୍ୱରେ ରହିଥିଲେ ।

Also Read :- West Bengal Violence : ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବିଜେପି ନେତା କହିଲେ- 'ପ୍ରି ପ୍ଲାନ୍‌ଡ୍ ମର୍ଡର୍'

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଭାରତୀୟ ବାୟୁସେନାରେ ଚନ୍ଦ୍ରକାନ୍ତ ୨୦ ବର୍ଷ କାମ କରିଛନ୍ତି । ରାହାରା ରାମକୃଷ୍ଣ ମିଶନରେ ପାଠ ପଢିବା ସେ ବାୟୁସେନାରେ ସାମିଲ ହୋଇଥିଲେ । ଛାତ୍ରଜୀବନରେ ସେ ଖୁବ୍ ଆଧ୍ୟତ୍ମିକ ଥିଲେ । ତେବେ ବାୟୁସେନାରୁ ଅବସର ନେବା ପରେ ସେ କର୍ପୋରେଟ୍ ସେକ୍ଟରରେ କାମ କରିଥିଲେ । ଏହାପରେ ରାଜନୀତିରେ ପାଦ ଦେଇଥିଲେ । ସେ ଏବଂ ଅଧିକାରୀ ପୂର୍ବରୁ ତୃଣମୂଳ କଂଗ୍ରେସରେ ଥିଲେ । ତାଙ୍କ ମା ହାସୀ ରଥ ଟିଏମସିର କାର୍ଯ୍ୟକର୍ତ୍ତା ରହି ସାରିଛନ୍ତି । ଏହାପରେ ସେମାନେ ବିଜେପିରେ ସାମିଲ ହୋଇଥିଲେ ।

ଶୁଭେନ୍ଦୁଙ୍କ ଖାସ୍ ଅନୁଗତ

୨୦୧୯ରେ ଶୁଭେନ୍ଦୁଙ୍କ ସଂସ୍ପର୍ଶରେ ଚନ୍ଦ୍ରନାଥ​​​​​​​ ଆସିଥିଲେ । ତାଙ୍କର ଅଫିସିଆଲ ଟିମରେ ଚନ୍ଦ୍ରନାଥଙ୍କୁ ସାମିଲ କରାଯାଇଥିଲା । ଧିରେ ଧିରେ ସେ ବିଜେପି ନେତାଙ୍କ ଖୁବ୍ ଖାସ୍ ହୋଇଥିଲେ । ରାଜନୈତିକ କାର୍ଯ୍ୟକଳାପ ବୁଝାସୁଝା କରୁଥିଲେ । ଦଳୀୟ ନେତା ଏବଂ ଶୁଭେନ୍ଦୁଙ୍କ ମଧ୍ୟରେ ଚନ୍ଦ୍ରନାଥ ଯୋଗାଯୋଗର ପ୍ରମୁଖ ମାଧ୍ୟମ ଥିଲେ । ବିଜେପି ସରକାର ଆସିବା ପରେ ଚନ୍ଦ୍ରନାଥଙ୍କୁ ବଡ ଦାୟିତ୍ୱ ମିଳିବ ବୋଲି ଆଶା କରାଯାଉଥିଲା । ହେଲେ ଏବେ ସବୁ ଶେଷ ହୋଇଯାଇଛି । ଶୁଭେନ୍ଦୁ ଅଧିକାରୀ ହତ୍ୟାକାଣ୍ଡକୁ ଯୋଜନାବଦ୍ଧ କହିଥିବା ବେଳେ ତଦନ୍ତ ଦାବି କରିଛନ୍ତି ।