କୋଲକାତା, ୦୭/୦୫: ଜଳୁଛି ପଶ୍ଚିମବଙ୍ଗ । ନିର୍ବାଚନ ଫଳାଫଳ ଘୋଷଣା ପରେ ପଶ୍ଚିମବଙ୍ଗ ଅଶାନ୍ତ ହୋଇ ପଡିଛି । ଗତ ଦୁଇ ଦିନ ହେଲା ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏପରିକି ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି । ଏହାକୁ ନେଇ ଶୁଭେନ୍ଦୁ ପ୍ରତିକ୍ରିୟା ରଖିଛନ୍ତି ।

​​​​​​​ଚନ୍ଦ୍ରକାନ୍ତଙ୍କୁ ହତ୍ୟା 

ରିପୋର୍ଟ ଅନୁସାରେ, ବିଜେପି ନେତା ଶୁଭେନ୍ଦୁଙ୍କ ବ୍ୟକ୍ତିଗତ ସହାୟକ ବା ପିଏଙ୍କୁ ଗୁଳି କରି ହତ୍ୟା କରାଯାଇଛି । କୋଲକାତାର ମାଧ୍ୟମଗ୍ରାମରେ ଏହି ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଗତ ସହାୟକ ହେଲେ ଚନ୍ଦ୍ରନାଥ ରଥ । ସେ ବିଜେପିର ଜଣେ କର୍ମୀ ମଧ୍ୟ ଥିଲେ ।  

ତେବେ ସେ କାରରେ ଯାଉଥିବା ବେଳେ ଦୁର୍ବୃତ୍ତ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ । ତାଙ୍କ ଶରୀରରେ ତିନୋଟି ଗୁଳି ବାଜି ଥିଲା । ଯେଉଁଥିରେ ସେ ପ୍ରାଣ ହରାଇଥିଲେ । ଗୁଳିମାଡରେ କାରର ବାମ ପାର୍ଶ୍ୱ ଝରକା ଭାଙ୍ଗିଯାଇଛି । ଘଟଣାରେ କାର୍ ଚଲାଉଥିବା ବୁଦ୍ଧଦେବ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୁଭେନ୍ଦୁଙ୍କ ସହ ଚନ୍ଦ୍ରକାନ୍ତ ଦୀର୍ଘବର୍ଷ ହେବ କାର୍ଯ୍ୟ କରୁଥିଲେ । ବିଜେପିର କାର୍ଯ୍ୟକ୍ରମ ସହ ଶୁଭେନ୍ଦୁଙ୍କ ବୈଠକ ମଧ୍ୟ ସେ ବୁଝାସୁଝା କରୁଥିଲେ । ବିଜେପି ନେତାଙ୍କ କୋର୍ ଟିମରେ ସେ ସାମିଲ ଥିଲେ । ​​​​​​​

ଶୁଭେନ୍ଦୁଙ୍କ ପ୍ରତିକ୍ରିୟା

ଘଟଣାକୁ ନେଇ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରନାଥଙ୍କ ପିଛା କରୁଥିଲେ । ଘଟଣାକୁ ନେଇ ଶୁଭେନ୍ଦୁ କହିଛନ୍ତି ଯେ, ଏହା ଏକ ପ୍ରି ପ୍ଲାନଡ୍ ମର୍ଡର୍ । ଦୁର୍ବୃତ୍ତମାନେ ଦୁଇ ତିନି ଧରି ଚନ୍ଦ୍ରକାନ୍ତଙ୍କ ପିଛା କରୁଥିଲେ । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଘଟଣାର ସଠିକ ତଦନ୍ତ ହେବ ବୋଲି ପଶ୍ଚିମବଙ୍ଗ ପୋଲିସ ଡିଜି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ମଧ୍ୟ ଚନ୍ଦ୍ରକାନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଛନ୍ତି । ​​​​​​​