ଭୁବନେଶ୍ଵର ୨୭।୧୨ : ସ୍କୁଲ ପିଲାଙ୍କ ପାଇଁ ମାଗଣା ବସ୍ ସେବା । ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଯୋଜନାରେ ସ୍କୁଲ ପିଲାଙ୍କୁ ମାଗଣା ବସ୍ ସେବା ଉପଲବ୍ଧ ହେବ । ଦୂରତା କାରଣରୁ ଡ୍ରପଆଉଟ୍ ସଂଖ୍ୟା ହ୍ରାସ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ପରିବହନ ବିଭାଗକୁ ପୂର୍ବରୁ ପ୍ରସ୍ତାବ ଦିଆଯାଇଥିଲା । ଏବେ ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି । ଏହାପରେ ପରିବାହନ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଏ ସଂପର୍କିତ ଏକ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ ପାଇଛି।

ପରିବହନ ବିଭାଗ ଅନୁସାରେ, ଗତ ଅଗ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ସ୍କୁଲକୁ ପିଲାଙ୍କ ଯିବାଆସିବା କିପରି ସହଜରେ ହେବ ଏବଂ ଏଥିପାଇଁ କଣ ସବୁ ପଦକ୍ଷେପ ନିଆଯିବ । ସେ ବିଷୟରେ ଆଲୋଚନା ହୋଇଥିଲା । ସ୍କୁଲକୁ ଯିବାଆସିବା ପାଇଁ ସହଜରେ ଗମନାଗମନ ସୁବିଧା କରିବା ଓ ଡ୍ରପ୍ ଆଉଟ୍ ହ୍ରାସ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବସରେ ଯାତ୍ରା ବେଳେ ଛାତ୍ରଛାତ୍ରୀ ୟୁନିଫର୍ମ ବା ଆଇଡି କାର୍ଡ ପିନ୍ଧିବୋ ଉଭୟ ଏସି ଓ ନନ୍ ଏସି ବସରେ ଏହି ସେବା ଲାଗୁ ହେବା ଓଏସ୍ଆରଟିସି ପକ୍ଷରୁ ବର୍ତ୍ତମାନର ବସ୍ ରୁଟ୍ ଓ ସମୟରେ ସଂଶୋଧନ କରାଯିବ। ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସଂଶୋଧିତରୁ ସାମିଲ୍ କରାଯିବ।