Forbes Reranking Billionaires: ବିଜନେଶ ମାଗାଜିନ ଫୋର୍ବ୍ସ ଏଥର ଏକ ଭିନ୍ନ ଦୃଷ୍ଟି କୋଣ ନେଇ ବିଶ୍ୱର ଧନୀମାନଙ୍କର ତାଲିକା ଜାରି କରିଛି। ଯେଉଁଥିରେ ଅରବପତିଙ୍କ ସମ୍ପତ୍ତିକୁ ଆଉଥରେ ଗଣନା କରାଯାଇଛି, ହେଲେ ଏଥର ଅରବପତିମାନେ ଦାନ କରିଥିବା ସମ୍ପତ୍ତିକୁ ମଧ୍ୟ ଏଥିରେ ଯୋଡ଼ାଯାଇଛି। ଯଦି ଉଦାର ଅରବପତିମାନେ ଦାନ କରି ନଥାନ୍ତେ, ତେବେ ଧନୀ ତାଲିକାରେ ସେମାନେ କେଉଁ ସ୍ଥାନରେ ଥାନ୍ତେ, ତାହା ଜାଣିବା ଏହି ନୂଆ ତାଲିକାର ମୂଳ ଉଦ୍ଦେଶ୍ୟ। ତେବେ ଏହି ତାଲିକା ଅନୁସାରେ, ବିଶ୍ୱର ନମ୍ବର-୧ ଧନୀ ଏଲନ ମସ୍କ ଦାନ ଧର୍ମ କ୍ଷେତ୍ରରେ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ସବୁଥର ସମ୍ପତ୍ତି ହିସାବ କରି କିଏ କେତେ ଧନୀ ଏହାର ତାଲିକା ପ୍ରସ୍ତୁତ କରିଥାଏ ବିଜ୍ନେଶ ମାଗାଜିନ ଫୋର୍ବ୍ସ। ହେଲେ ଏଥର ପତ୍ରିକା ଯେଉଁ ଅରବପତିଙ୍କ ତାଲିକା ଜାରି କରିଛି ତାହା ଟିକେ ଭିନ୍ନ। ଏଥରେ ଉଦାର ଅରବପତିମାନେ ଦାନ କରୁଥିବା ସମ୍ପତ୍ତିକୁ ମଧ୍ୟ ଯୋଡ଼ା ଯାଇଛି। ଦୁନିଆର ଉଦାର ଅରବପତି ଯଦି ସମ୍ପତ୍ତି ଦାନ କରି ନଥାନ୍ତେ, ତେବେ ତାଙ୍କ ସମ୍ପତ୍ତିର ରାଙ୍କିଙ୍ଗ କେମିତି ହୋଇଥାନ୍ତା,ଏହା ଜାଣିବା ପାଇଁ ଫୋର୍ବସ ଟ୍ରୁ ନେଟ୍ ୱର୍ଥ ରାଙ୍କିଙ୍ଗ୍ ଜାରି କରିଛି। ଅରବପତିମାନେ ଯେଉଁ ଶେୟାର ଦାନ କରିଛନ୍ତି ଓ ଯଦି ସେସବୁ ସମ୍ପତ୍ତି ବର୍ତ୍ତମାନର ବଜାର ଅନୁସାରେ ନିବେଶ ହୋଇଥାନ୍ତା, ତେବେ ସେମାନଙ୍କର ସମ୍ପତ୍ତିର ରାଙ୍କି କେତେ ରହିଥାନ୍ତା ତାହା ଏହି ନୂଆ ତାଲିକାରେ ଦର୍ଶାଯାଇଛି।

Also Read- Lenskartକୁ ମହଙ୍ଗା ପଡ଼ିଲା ବିନ୍ଦି-ତିଳକ ବିବାଦ ! ସେୟାର ବଜାରରେ ଡୁବିଗଲା ୪୫୦୦ କୋଟି ଟଙ୍କା

ନୂଆ ଲିଷ୍ଟରେ - ୱାରେନ ବଫେଟ୍ ତୃତୀୟ ଏବଂ ମ୍ୟାକକିନସେ ସ୍କଟ୍ ୨୬ତମ ସ୍ଥାନରେ ରହିଥାନ୍ତେ

ଏଲନ ମସ୍କ ଫୋର୍ବ୍ସର ଉଭୟ ଲିଷ୍ଟରେ ନମ୍ବର ୱାନ୍ରେ ରହିଛନ୍ତି। ହେଲେ ଦାନ କ୍ଷେତ୍ରରେ ସେ ସବୁଠାରୁ କମ ଦାନ କରିଛନ୍ତି। ମସ୍କ ତାଙ୍କ ସମ୍ପତ୍ତିରେ ମାତ୍ର ୦.୦୬% ବାସ୍ତବରେ ଦାନ କରିଛନ୍ତି। ଅନ୍ୟପଟେ ବିଲଗେଟ୍ସ ମାଇକ୍ରୋସଫ୍ଟର ପାଖାପାଖି ୭୩.୧ କୋଟି ଶେୟାର ଦାନ କରିଛନ୍ତି। ଯଦି ସେ ଏହି ସବୁତକ ଶେୟାର ପାଖରେ ରଖିଥାନ୍ତେ, ତେବେ ତାଙ୍କ ସମ୍ପତ୍ତି ପାଖାପାଖି ୪ ଗୁଣା ଅଧିକ ହୋଇଥାନ୍ତା, ଓ ସେ ବର୍ତ୍ତମାନର ୧୯ ତମ ସ୍ଥାନ ପରିବର୍ତ୍ତେ ଦ୍ୱିତୀୟ ସର୍ବାଧିକ ଧନୀ ହୋଇଥାନ୍ତେ।

ସେହିଭଳି ଇନଭେଷ୍ଟ କିଂ ୱାରେନ ବଫେଟ ମଧ୍ୟ ଯଦି ଦାନ କରି ନଥାନ୍ତେ, ତେବେ ସେ ବର୍ତ୍ତମାନର ନବମ ସ୍ଥାନ ପରିବର୍ତ୍ତେ ତୃତୀୟ ସବୁଠାରୁ ଧନୀ ବ୍ୟକ୍ତି ହୋଇଥାନ୍ତେ। ୨୦୦୬ରେ ବଫେଟଙ୍କ ଦ୍ୱାରା ଦାନ କରିଥିବା ଶେୟାରର ଭାଲ୍ୟୁ ପାଖାପାଖି ୭୦୦% ବଢିଛି। ସେହିପରି ନୋଭେଲିଷ୍ଟ ଓ ଜେଫ୍ ବେଜୋସଙ୍କ ପୂର୍ବତନ ପତ୍ନୀ ମ୍ୟାକେଞ୍ଜି ସ୍କଟ୍ ମଧ୍ୟ ଯଦି ସମ୍ପତ୍ତି ଦାନ କରିନଥାନ୍ତେ ତେବେ ବର୍ତ୍ତମାନ ସେ ୫୮ ସ୍ଥାନ ପରିବର୍ତ୍ତେ ୨୬ ନମ୍ବର ସ୍ଥାନରେ ଥାନ୍ତେ।