ଭୁବନେଶ୍ବର ୧୪।୮: ପ୍ରବଳ ବର୍ଷା ଯୋଗୁଁ ଜଳକା ଓ ବୈତରଣୀ ନଦୀରେ ବନ୍ୟା ଆସିଛି । ବର୍ଷା ଛାଡିଲେ ବି ୪ ଦିନ ପର୍ଯ୍ୟନ୍ତ ଜଳବନ୍ଦୀ ସମସ୍ୟା ଲାଗି ରହିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ଜଳକାରେ ଜଳ ପତ୍ତନ ଐତିହାସିକ ଭାବେ ବୃଦ୍ଧି ପାଇଛି । ଜଳକାରେ ୬.୪ ମିଟର ବନ୍ୟା ଜଳ ପାସ୍ କରିବା କଥା, କିନ୍ତୁ ଏବେ ପ୍ରଥମ ଥର ପାଇଁ ଜଳକା ବନ୍ୟା ଜଳ ୭.୪ ମିଟରରେ ପହଞ୍ଚିଛି । ସୁବର୍ଣ୍ଣରେଖାରେ ବି ଛୋଟ ଧରଣର ବନ୍ୟା ଆସିବ । ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଠାରୁ ୨ ମିଟର ତଳେ ରହିଛି ଜଳ ପତ୍ତନ । କାଲି ସୁଦ୍ଧା ବିପଦ ସଙ୍କେତ ଟପିବ ସୁବର୍ଣ୍ଣରେଖା । ଫଳରେ ବାଲେଶ୍ବର, ଧାମନଗର, ତିହିଡି, ଦଶରଥପୁର ପ୍ରଭାବିତ ହେବ । ଚାଷ ଜମି ଜଳମଗ୍ନ ହେବ ।

Also Read:- ସରକାରୀ ଜମିରେ ଗଞ୍ଜେଇ ଚାଷ କଲେ ହେବ କଡ଼ା ଆକ୍ସନ, ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି

ସାଳନ୍ଦୀରେ ୪ ଦିନ ଧରି ଜଳସ୍ତର ବଢ଼ୁନାହିଁ । ଅଗଷ୍ଟ ୧୪ ସୁଦ୍ଧା ୧୩% ଅଧିକ ବର୍ଷା ହୋଇଛି ।

Watch Video: