ଭୁବନେଶ୍ବର ୧୭।୮: ଉଛୁଳୁଛି ବୈତରଣୀ ଓ ଜଳକା ନଦୀ । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର । ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି, ଆଜି ଅବପାତର ରୂପ ନେବା ସମ୍ଭାବନା ରହିଛି । ପ୍ରଭାବରେ ୨୦ ତାରିଖ ଯାଏ ଉତ୍ତର ଓଡ଼ିଶାରେ ପ୍ରବଳ ଢ଼ାଳିବ । ତେଣୁ ସ୍ଥିତି ଗୁରୁତର ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଅଧିକ ସମ୍ବେଦନଶୀଳ ରହିଛି ।

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି, ବ୍ରାହ୍ମଣୀ ଏବଂ ବୈତରଣୀରେ ବନ୍ୟା ସ୍ଥିତି ରହିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ବୈତରଣୀ ବନ୍ୟା ପାଣି ନିଷ୍କାସନ ପାଇଁ ୪ ଦିନ ସମୟ ଲାଗିବ ।

ସେହିଭଳି ସୁବର୍ଣ୍ଣରେଖା ଏବଂ ଜଳକାରେ ବନ୍ୟା ସ୍ଥିତି ନାହିଁ । ଆଜି ଯେହେତୁ ବର୍ଷା କମ୍ ରହିଛି, ରାତି ପର୍ଯ୍ୟନ୍ତ ପାଣି ବଢିବ, ରାତି ଠାରୁ ପାଣି କମିବ । ଝାଡ଼ଖଣ୍ଡରେ ବର୍ଷା ଯଦିଓ ରହିଛି କିନ୍ତୁ ଚାନ୍ଦେଲି ଡ୍ୟାମରୁ ୧୫୦୦ କ୍ୟୁବେକ ପାଣି ଆସୁଛି । ୬ ହଜାର ପାଖାପାଖି ଆସିଲେ ସମସ୍ୟା ହୋଇପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

Also Read:- ବନ୍ୟାଞ୍ଚଳ ବୁଲିବେ BJDର ୩ ବରିଷ୍ଠ ନେତା, ପ୍ରଭାବିତଙ୍କ ସହ ଆଲୋଚନା କରି ରିଲିଫ୍ କାର୍ଯ୍ୟର କରିବେ ସମନ୍ୱୟ

ସେପଟେ ବନ୍ୟା ମୁକାବିଲା ପାଇ ପାଇଁ ଏହି ୩ ଜିଲ୍ଲାକୁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ପଠାଯାଇଛି । ବନ୍ୟାଞ୍ଚଳରେ ଏବେ ବି ବହୁ ଗାଁ ପାଣି ଘେରରେ ରହିଛି । ଅନେକ ସ୍ଥାନରେ ରାସ୍ତାରେ ପାଣି ଚାଲୁଛି । ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସେପଟେ ପାଟଣାରେ ସକାଳ ୯ଟାରେ ବିପଦ ସଙ୍କେତ ପାର କରିଛି ବୈତରଣୀ, ଏଠାରେ ୩୧୧.୧୦ ବିପଦ ସଙ୍କେତ ଥିବା ବେଳେ ୩୧୧.୨୨ ମିଟର ବନ୍ୟାଜଳ ପ୍ରବାହିତ ହେଉଛି । ପାଟଣା ବୈତରଣୀ ଅବବାହିକା ୯୭.୪ ମିମି ବର୍ଷା ରେକର୍ଡ ହୋଇଛି ।

Watch Video: