ବାରିପଦା ୨୫।୯: ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସହ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଫଳରେ ବିଭିନ୍ନ ନଦୀରେ ଜଳସ୍ତର ବଢି ବନ୍ୟା ସୃଷ୍ଟି ହୋଇଛି । ତେବେ ବୁଢାବଳଙ୍ଗ ନଦୀ ସହ ଜରାଳୀ ଓ ସରାଳୀ ନାଳରେ ପାଣି ବଢି ଅନେକ ଲୋକଙ୍କ ଘରେ ବନ୍ୟା ଜଳ ପସି ଗମ୍ଭୀର ସ୍ଥିତି ସୃଷ୍ଟି କରିଛି । ଫଳରେ ୭,୮,୯ ଓ ୧୧ ନମ୍ବର ଓ୍ବାର୍ଡର ଅନେକ ଲୋକ ପ୍ରଭାବିତ ସୋଇଛନ୍ତି ।