ବ୍ରହ୍ମଗିରି ୨୫।୧: ନାବାଳିକାଙ୍କୁ ଅପହରଣ କରି ବନ୍ଧାହେଲେ ବାପା-ପୁଅ । ନାବାଳିକାଙ୍କୁ ପୁଅ ସହିତ ବାହା ଦେବା ଅଭିଯୋଗରେ ଉଭୟ ବାପା-ପୁଅଙ୍କୁ ପୋଲିସ ଗିରଫ କରିଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରିଦାସ ଗ୍ରାମର ବାପା ଏବଂ ପୁଅକୁ ବାନ୍ଧିଲା ବ୍ରହ୍ମଗିରି ପୋଲିସ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରିନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଏହା ସହିତ ଅଭିଯୁକ୍ତ ବାପା-ପୁଅକୁ ଗିରଫ କରିଛି ପୋଲିସ । ନାବାଳିକାଙ୍କ ବୟାନ ରେକର୍ଡ କରି ତାଙ୍କୁ ନିଜ ବାପାଙ୍କ ସହିତ ଛାଡିବା ପରେ ଅଭିଯୁକ୍ତ ବାପା-ପୁଅଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।