ପୁରୀ ୨୧।୦୬ : ଶ୍ରୀମନ୍ଦିରରେ ଫେକ୍ ଆର୍ମି ଅଫିସର । ଶ୍ରୀମନ୍ଦିର ଭିତରେ ଫେକ୍ ଆର୍ମିଙ୍କୁ ଧରିଲେ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ। ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବାବେଳେ ଧରାପଡିଛି ଜଣେ ବ୍ୟକ୍ତି।

Also Read:-Dhanush-Mrunal : ଭାଙ୍ଗିଗଲା ଧନୁଷ ଏବଂ ମୃଣାଲଙ୍କ ସମ୍ପର୍କ ? ବର୍ଷକ ପରେ ଅଲଗା ହୋଇଗଲେ ଏହି ଷ୍ଟାର କପଲ

ସେହିପରି ଯୁବକ ଜଣଙ୍କ ନିଜକୁ ରାଜସ୍ଥାନର ବୋଲି ପରିଚୟ ଦେଉଛନ୍ତି । ଆର୍ମି ବେଶ ପୋଷାକ ସହ ତାର କାନ୍ଧରେ ଅଶୋକ ସ୍ତମ୍ଭ ମଧ୍ୟ ରହିଛି। ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଛି ସମ୍ପୃକ୍ତ ବ୍ୟକ୍ତି। ତେବେ ସିଂହଦ୍ଵାର ଥାନା ପୋଲିସ ସମ୍ପୃକ୍ତ ବ୍ୟକ୍ତିକୁ ଅଟକ ରଖି ପଚରାଉଚୁରା କରୁଛି। ଶ୍ରୀମନ୍ଦିର ମଧ୍ୟରେ କେଉଁ କେଉଁ ସ୍ଥାନକୁ ସେ ବୁଲିଛନ୍ତି । ସେନେଇ ମଧ୍ୟ ଜେରା କରୁଛି ପୋଲିସ ।