ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ନୂଆବଗ ବଡ଼ଯୋଡ଼ା ମଧ୍ୟମ ଜଳ ସେଚନ ପ୍ରକଳ୍ପର ୩ ନମ୍ବର ଗେଟଟି ଭାଙ୍ଗିଯିବା ଫଳରେ ଜଳମ୍ନଗ ହୋଇଛି ତଳିଆ ଅଞ୍ଚଳ। ଆହୁରି ମଧ୍ୟ ଅନେକ ଅନେକ ଚାଷ ଜମି ଜଳ ମଗ୍ନ ହୋଇଯାଇଛି। ଫଳରେ ଆଗକୁ ଚାଷ କାର୍ଯ୍ୟରେ ଜଳ ସଙ୍କଟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ, ୧୯୯୯ ମସିହାରେ ତିଆରି ହୋଇଥିବା ଏହି ପ୍ରକଳ୍ପଟି ଆଜି ଯାଏଁ ମରାମତି ହୋଇପାରିନାହିଁ। ଏମିତିରେ ବ୍ୟାରେଜର ଉପକରଣ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ କାହିଁକି ମତାମତି କାର୍ଯ୍ୟ ହେଉନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ? ବର୍ଷା ଋତୁ ପୂର୍ବରୁ ପ୍ରତି କେନାଲ, ଜଳ ଭଣ୍ଡାର ଏବଂ ଜଳ ଭଣ୍ଡାର ଗେଟ ମରାମତି ପାଇଁ ଆସୁଥିବା ଟଙ୍କା କେଉଁ କାମରେ ଲାଗୁଥିଲା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

Also Read: ଲଗାଣ ବର୍ଷାରେ ସାପୁଆ ନଦୀରେ ବନ୍ୟା ପରିସ୍ଥିତି, ୧୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ

ବିଭାଗୀୟ ଅଧିକାରୀ ଏହି ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଉନଥିବା ବେଳେ ଜଳ ସେଚନ ବିଭାଗର ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କିମ୍ବା ଓଡ଼ିଶା ସରକାରଙ୍କ ଜଳ ସେଚନ ବିଭାଗର ଉପରିସ୍ଥ ଅଧିକାରୀ କାହାର ନଜର ନାହିଁ । ଏନେଇ ପ୍ରତିକ୍ରିୟା ନେବାକୁ ପହଞ୍ଚିଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ମଧ୍ୟ ଏଡ଼ାଇ ଦେଇ ଚାଲିଯାଇଥିଲେ ବିଭାଗୀୟ ଯନ୍ତ୍ରୀ କଲ୍ୟାଣୀ ସାହୁ । ତେବେ ଘଟଣା ସ୍ଥଳକୁ ଆସିଥିବା ଟେକ୍ନିକାଲ ପର୍ସନ ଗେଟ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି ।