Mojtaba Khamenei’s Health: ଇରାନ ଯୁଦ୍ଧ ପରେ ଏହାର ସର୍ବୋଚ୍ଚ ନେତା ମୋଜତବା ଖାମେନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବିଭିନ୍ନ ମିଡିଆରେ ଲଗାତର ଖବର ପ୍ରକାଶ ପାଇ ଆସୁଛି। ବିଶେଷ କରି ପଶ୍ଚିମ ମିଡିଆଗୁଡ଼ିକ ଏହି ଖବରକୁ ଅଧିକ ଗୁରୁତ୍ୱ ସହ ଛାପୁଛନ୍ତି। ଯାହାକୁ ନେଇ ଇରାନ ସରକାର ପକ୍ଷରୁ ପ୍ରତିକ୍ରିୟା ଆସିଛି।

ଏହା ସବୁ ଏକ ମିଛ ପ୍ରଚାର, ଶତ୍ରୁ ପକ୍ଷ ଜାଣିଶୁଣି ଏଭଳି ମିଛ ପ୍ରଚାର କରୁଛି। ମୋଜତବା ଖାମେନି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବଂ ସେ ସବୁକିଛି ଦେଖାରେଖା କରୁଛନ୍ତି ବୋଲି ଶୁକ୍ରବାର ଖାମେନିଙ୍କ ଅଫିସ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଇରାନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି “ଶତ୍ରୁ ଶକ୍ତିମାନେ ଏପରି ପ୍ରତିକ୍ରିୟା ମାଧ୍ୟମରେ ସେମାନଙ୍କର ଷଡ଼ଯନ୍ତ୍ରକୁ ଆଗକୁ ବଢ଼ାଇବା ପାଇଁ ଗୁଜବ ପ୍ରସାର କରୁଛନ୍ତି। ଏବଂ ଆମେ କେମିତି ପ୍ରତିକ୍ରିୟାଶୀଳ ହେବୁ ସେହି ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି।”

Also Read- Nepal: ଭାରତକୁ ଝଟକା; ବର୍ଷକ ପାଇଁ ନେପାଳ ପ୍ରଧାନମନ୍ତ୍ରୀ କରିବେନି ବିଦେଶ ଗସ୍ତ, ବାଲେନ ଶାହାଙ୍କୁ ନିମନ୍ତ୍ରଣ ପଠାଇଥିଲେ ପ୍ରଧାନମନ୍ତ୍ରୀ ମୋଦି

ଏହାର ଗୋଟିଏ ଦିନ ପୂର୍ବରୁ, ଖାମେନିଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପଙ୍କ ପରମାଣୁ ଦାବିକୁ ଅଗ୍ରହ୍ୟ କରିଥିଲେ। ଏବଂ କହିଥିଲେ ଯେ ଇରାନ ଏହାର "ପରମାଣୁ ଏବଂ କ୍ଷେପଣାସ୍ତ୍ର କ୍ଷମତା"କୁ ଏକ ଜାତୀୟ ସମ୍ପତ୍ତି ଭାବରେ ରକ୍ଷା କରିବ। ଏଥିରେ ଖାମେନି କହିଥିଲେ “ଦେଶ ଭିତରେ ଏବଂ ବାହାରେ ନବେ କୋଟି ଗର୍ବିତ ଏବଂ ସମ୍ମାନନୀୟ ଇରାନୀମାନେ ଇରାନର ସମସ୍ତ ପରିଚୟ-ଭିତ୍ତିକ, ଆଧ୍ୟାତ୍ମିକ, ମାନବିକ, ବୈଜ୍ଞାନିକ, ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷମତା, ନାନୋଟେକ୍ନୋଲୋଜି ଏବଂ ଜୈବ ପ୍ରଯୁକ୍ତିବିଦ୍ୟା ଠାରୁ ପରମାଣୁ ଏବଂ କ୍ଷେପଣାସ୍ତ୍ର କ୍ଷମତା ପର୍ଯ୍ୟନ୍ତ, ଜାତୀୟ ସମ୍ପତ୍ତି ଭାବରେ ମାନନ୍ତି ଏବଂ ଦେଶର ଜଳ, ସ୍ଥଳ ଏବଂ ଆକାଶ ସୀମାକୁ ଯେପରି ସୁରକ୍ଷା ଦିଅନ୍ତି, ସେହିପରି ସେମାନଙ୍କୁ ସୁରକ୍ଷା ଦେବେ।”

ଟ୍ରମ୍ପଙ୍କ ବୟାନ ପରେ ମୋଜତବାଙ୍କ ମୃତ୍ୟୁ ନେଇ ଗୁଜବ ପ୍ରଚାର ହୋଇଥିଲା

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଡୋନାଲ୍ଡ ଟ୍ରମ୍ପ୍ NBC ନ୍ୟୁଜକୁ ସାକ୍ଷାତକାରରେ ଦେଇ ଖାମେନିଙ୍କ ମୃତ୍ୟୁ ହୋଇଛି ବୋଲି କହିଥିଲେ। ଖାମେନୀ ଜୀବିତ ଅଛନ୍ତି କି ନାହିଁ ତାହା ମଧ୍ୟ ଜାଣି ନାହାଁ ବୋଲି ଟ୍ରମ୍ପ କହିଥିଲେ। ଏହାପରେ ଖାମେନିଙ୍କ ମୃତ୍ୟୁ ଖବର ପ୍ରଥମେ ପ୍ରକାଶ ପାଇଥିଲା। ବିଭିନ୍ନ ମିଡିଆରେ ଖବର ବାହାରିଥିଲା। କାରଣ ଇସ୍ରାଏଲୀ ଏବଂ ଆମେରିକାର ମିଳିତ ଆକ୍ରମଣରେ ତାଙ୍କ ପିତା, ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନି ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁ ପରେ ମୋଜତବା ଖାମେନିଙ୍କୁ କୌଣସି ସାର୍ବଜନୀନ ସ୍ଥାନରେ ଦେଖା ଯାଇ ନଥିଲା। ଏଣୁ ମିଡିଆ ସନ୍ଦେହ କରି ତାଙ୍କ ମୃତ୍ୟୁ ଖବରକୁ ପ୍ରସାର କରିଥିଲା। ଏହାର କିଛି ସପ୍ତାହ ପରେ ମୋଜତବା ଆହତ ଥିବା ଇରାନ ଅଧିକାରୀମାନେ ସୂଚନା ଦେଇଥିଲେ।

China : ଡିଗ୍ରୀଧାରୀ ଉଠାଉଛନ୍ତି ଅଳିଆ, ଡାକ୍ତର କରୁଛନ୍ତି ଫୁଡ୍ ଡେଲିଭରୀ; ଚୀନର ଅର୍ଥନୀତି ପାଇଁ ବିଶ୍ୱ ଚିନ୍ତିତ ?

ହେଲେ ଶୁକ୍ରବାର ଇରାନ ପକ୍ଷରୁ ଏହି ନୂଆ ବିବୃତ୍ତି ଜାରି ହେବା ପରେ ମୋଜତାବାଙ୍କ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବର୍ତ୍ତମାନ ଯୁଦ୍ଧ ଯୋଗୁ ଉତ୍ତେଜନା ଲାଗି ରହିଥିବା ବେଳେ ଖାମେନି ସାମ୍ନାକୁ ଆସୁ ନାହାନ୍ତି। ହେଲେ ଯୁଦ୍ଧ ଶେଷ ହେବା ପରେ ସ୍ଥିତି ସ୍ପଷ୍ଟ ହେବ। ସେ ପର୍ଯ୍ୟନ୍ତ ଆମେରିକାର ଦାବି ଓ ଇରାନର ସ୍ପଷ୍ଟୀକରଣ କେବଳ ସନ୍ଦେହ ଘେରରେ ରହିଛି।