ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ୧୪ ଜଣ ପିଲା ଅଛନ୍ତି ବୋଲି କୁହାଯାଏ । ମସ୍କଙ୍କ ପିଲାମାନଙ୍କ ନାଁ ମଧ୍ୟ ଅଜବ ଗଜବ । ସେମାନଙ୍କ ମଧ୍ୟରୁ ଜଣଙ୍କର ନାଁ X A-Xii ମସ୍କ । ଏହାରି ମଧ୍ୟରେ ନିଜର ଆଉ ଜଣେ ପିଲାକୁ ଦୁନିଆ ସାମ୍ନାକୁ ଆଣିଛନ୍ତି ମସ୍କ । ଯାହାର ନାମ ଷ୍ଟ୍ରାଇଡର ଶେଖର । ତା ସହ ମସ୍କ ପୋଜ୍ ଦେଇଛନ୍ତି ଏବଂ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

ମସ୍କଙ୍କ ଅନୁସାରେ, ଶେଖର ନାଁ ଭାରତୀୟ ପଦାର୍ଥବିଜ୍ଞାନୀ ସୁବ୍ରମଣ୍ୟନ ଚନ୍ଦ୍ରଶେଖରଙ୍କ ନାମରେ ରଖାଯାଇଛି। ଶେଖରଙ୍କର ମା’ ଶିବନ୍ ଜେଲିସଙ୍କ ମଧ୍ୟ ଭାରତ ସହ କନେକ୍ସନ ରହିଛି ।ମସ୍କ ନିକଟରେ ତାଙ୍କର ଦୁଇ ସନ୍ତାନ, ଷ୍ଟ୍ରାଇଡର ଏବଂ କମେଟଙ୍କ ସହ ପୋଜ୍ ଦେଇ ଏକ ଫଟୋ ସେୟାର କରିଛନ୍ତି। ଫଟୋ ସହିତ କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ମୋ ପୁଅ, ଷ୍ଟ୍ରାଇଡର ଶେଖର (ଆରାଗର୍ଣ୍ଣ ଏବଂ ମହାନ ଭାରତୀୟ ପଦାର୍ଥବିଜ୍ଞାନୀ ଚନ୍ଦ୍ରଶେଖରଙ୍କ ନାମରେ ନାମିତ) ଏବଂ ଝିଅ କମେଟ୍ ଆଜ୍ୟୁରଙ୍କ ସହିତ(ଏଲଡେନ୍ ରିଙ୍ଗର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଅନୁସାରେ ନାମିତ )ଅଛି।’

ମସ୍କ ନିଜର ରୁଚି ଅନୁସାରେ ନିଜର ପିଲାମାନଙ୍କ ନାମକରଣ କରିଛନ୍ତି । ଏହି କ୍ରମରେ, ସେ ତାଙ୍କର ଜଣେ ପୁଅର ନାଁ ଶେଖର ରଖିଛନ୍ତି । ଯଦିଓ ଏହି ନାଁ ସାଧାରଣ ଭାରତୀୟ ନାଁ ଭଳି ଲାଗୁଛି, କିନ୍ତୁ ଏହାକୁ ସେ ବିଶିଷ୍ଟ ପଦାର୍ଥବିଜ୍ଞାନୀ ଶୁବ୍ରମଣ୍ୟନ ଚନ୍ଦ୍ରଶେଖରଙ୍କ ନାମାନୁସାରେ ରଖିଛନ୍ତି । ଏଥିରୁ ଜଣାପଡ଼ୁଛି ଯେ, ମହକାଶ ଗବେଷଣା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମସ୍କଙ୍କ କେତେ ଦୁର୍ବଳତା ରହିଛି ।

ସେପଟେ ଶେଖର କେବଳ ପଦାର୍ଥବିଜ୍ଞାନୀଙ୍କ ନାମ ପାଇଁ ଭାରତ ସହିତ କନେକ୍ଟେଡ୍ ନୁହେଁ, ବରଂ ତା ମା’ଙ୍କର ମଧ୍ୟ ଭାରତ ସହିତ ପରୋକ୍ଷ ସଂପର୍କ ରହିଛି । ଶିବନ ଜେଲିସଙ୍କ ମା’ପଞ୍ଜାବୀ ଥିଲେ । ଶିବନ ଓଣ୍ଟାରିଓରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ ପଞ୍ଜାବୀ ଥିବା ବେଳେ ବାପା କାନଡା ନାଗରିକ ।

ଶିବମ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ଟେସଲାରେ କାର୍ଯ୍ୟ କରୁଥିଲେ ଶିବନ । ତାପରେ ନ୍ୟୁରାଲିଙ୍କ ପ୍ରୋଜେକ୍ଟରେ ସେ ବଡ଼ ଭୂମିକା ନେଇଥିଲେ । ନଭେମ୍ବର ୨୦୨୧ରେ ଶିବନ ଏବଂ ମସ୍କଙ୍କ ଯମଜ ସନ୍ତାନ ଜନ୍ମ ହୋଇଥିବା ନେଇ ଏକ ମାମଲା କୋର୍ଟକୁ ଆସିବା ପରେ ଦୁହିଁଙ୍କ ସଂପର୍କ ବିଷୟରେ ଜଣାପଡ଼ିଥିଲା । ଶିବନ ଜେଲିସ ଆଇଭିଏଫ ପଦ୍ଧତିରେ ଯମଜ ସନ୍ତାନ (ଜଣେ ପୁଅ ଓ ଜଣେ ଝିଅ) ଜନ୍ମ ଦେଇଥିଲେ । ତେବେ ମସ୍କ ଏବଂ ଶିବନଙ୍କ ମୋଟ ୪ ପିଲା ଅଛନ୍ତି ।

ଯମଜ ଶେଖର ଏବଂ ଆଜ୍ୟୁରଙ୍କ ଜନ୍ମ ନଭେମ୍ବର ୨୦୨୧ରେ ହୋଇଥିଲା। ଝିଅ ଆର୍କାଡିଆଙ୍କ ଜନ୍ମ ୨୦୨୩ ମଧ୍ୟଭାଗରେ ହୋଇଥିଲା ।ପୁଅ ସେଲଡନ୍ ଲାଇକର୍ଗସ୍ ୨୦୨୪ ଶେଷ କିମ୍ବା ୨୦୨୫ ପ୍ରାରମ୍ଭରେ ଜନ୍ମ ହୋଇଥିଲେ ବୋଲି ରିପୋର୍ଟରୁ ଜଣାଯାଏ ।

ମସ୍କଙ୍କ ପରିବାର ବିଷୟରେ କହିବାକୁ ଗଲେ, ତାଙ୍କର ୧୪ ଜଣ ସନ୍ତାନ ଅଛନ୍ତି । ନେଭାଡା, ଭିଭିଆନ୍, ଗ୍ରିଫିନ୍, କାଇ, ସାକ୍ସନ୍, ଡାମିଆନ୍, ଏକ୍ସ ଏ-୧୨, ଏକ୍ସା, ଷ୍ଟ୍ରାଇଡର, ଆଜ୍ୟୁର, ଟେକ୍ନୋ, ଆର୍କାଡିଆ, ସେଲଡନ୍ ଲାଇକର୍ଗସ୍ ଏବଂ ରୋମୁଲସ୍ । ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।