ପାଟଣା,୨୯|୦୬କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୯ ଟିକିଆ ହାତୀପଲ ଉପଦ୍ରବ ଜାରି ରହିଛି । ରବିବାର ବିଳମ୍ବିତ ରାତିରେ ହାତୀପଲ ଜ୍ୟୋତିପୁର ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ପଡୁଆ ଓ ସୁନାପଶି ଗ୍ରାମରେ ୨ ଘର ଭାଙ୍ଗି ଧାନ ଚାଉଳକୁ ଖାଇ ନଷ୍ଟ କରିଦେଇଛନ୍ତି।

Also Read :- ରାସ୍ତା ତଳକୁ ଖସି ପଡିଲା 'ବାବାମଣି' : ବସରେ ଥିଲେ ୪୦ ଯାତ୍ରୀ

ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀପଲଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥି ସହ ହାତୀପଲ ଅଞ୍ଚଳରେ ବ୍ୟାପକ ପନି ପରିବା ଚାଷ ନଷ୍ଟ କରିଛନ୍ତି। ଏବେ ବରପଦା ଗାଁ ନିକଟରେ ଡେରାପକାଇଛନ୍ତି ହାତୀପଲ । ଗାଁ ନିକଟରେ ହାତୀଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ହାତୀପଲରେ ୧୦ ଦନ୍ତା,୧୦ ମାଈ ଓ ୯ ଛୁଆ ହାତୀ ଥିବା ବନ ବିଭାଗ କହିଛି।ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ କଡା ନଜର ରଖିଛି।