ପାଟଣା, ୨୦/୦୮ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ବଡ଼ମହୁଲଡିହା ଗ୍ରାମ୍ୟ ଜଙ୍ଗଲରୁ ହାତୀପଲ ଘଉଡାଉଥିବା ସମୟରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ଗ୍ରାମର ପ୍ରସନ୍ନ ନାଏକଙ୍କ ପୁଅ ବିଡ଼ିଓ ନାଏକ (४०) ବୋଲି ଜଣାପଡିଛି।

Also Read :- ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ ! ଥରିବ ଗଞ୍ଜାମରୁ ବାଲେଶ୍ୱର, ବଙ୍ଗୋପସାଗରରେ ହେଲାଣି ହଲଚଲ...IIT କଲା ସତର୍କ

ରିପୋର୍ଟ ଅନୁସାରେ, ସେ ବିଲରେ କାମ କରୁଥିବା ସମୟରେ ଗୋଟିଏ ହାତୀ ତାଙ୍କୁ ଟେକି ଶୁଣ୍ଢରେ ଫିଙ୍ଗି ଦେଇଥିଲା । ଫଳରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଘଟଗାଁ ପଠାଯାଇଥିଲା। ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଘଟଣା ପରେ ଢେଙ୍କିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି ତଦନ୍ତ କରିବା ସହ ଗୁରୁତରଙ୍କ ଚିକିତ୍ସା କରାଯାଉଥିବା ନେଇ ସୂଚନା ଦେଇଛନ୍ତି। ଦେଖିବାକୁ ଗଲେ କେନ୍ଦୁଝର ଜିଲ୍ଲାର ଘଟଗାଁ ଏବଂ ପାଟଣା ଭଳି ଅନେକ ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ ବଢି ଚାଲିଛି । ହାତୀମାନେ ଜଙ୍ଗଲ ଛାଡି ସହର ମୁହାଁ ହେଉଛନ୍ତି । ଜନବସତିରେ ପସି ଘରଦ୍ୱାର ଭଙ୍ଗା ରୁଜା କରିବା ସହ ଫସଲ ମଧ୍ୟ ହାନୀ କରୁଛନ୍ତି । ଏପରିକି ତାଙ୍କର ଆକ୍ରମଣରେ ଅନେକ ବ୍ୟକ୍ତି ମୃତାହତ ମଧ୍ୟ ହେଉଥିବା ଦେଖିବାକୁ ମିଳିଛି ।