ଭଦ୍ରକ ୨୮।୦୫ : ଇଦ୍‌ ଉଲ୍‌ ଜୁହା ବା ବକ୍‌ରିଦ୍‌ । ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ଏହି ପର୍ବକୁ ବେଶ୍ ଉତ୍ସାହ ସହ ପାଳନ କରୁଛନ୍ତି । ଭାଇଚାରାର ସହର ଭଦ୍ରକରେ ଏହି ପର୍ବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଭଦ୍ରକ ଜିଲ୍ଲା ୧୪୬ ମସଜିଦ୍‌ ସମେତ ଇଦଗାହାରେ ମଧ୍ୟ ସାମୁହିକ ନମାଜ ପାଠ କରାଯାଇଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଇଦ୍‌ଗାହା ଠାରେ ସମୂହ ନମାଜ ପାଠ ପଢିଛନ୍ତି । ସକାଳ ୯ଟା ସମୟରେ ନମାଜ ପାଠ ହୋଇଛି ।

ସେହିପରି ଭଦ୍ରକ ସଦର ଅଞ୍ଚଳରେ ୪୪ଟି ମସଜିଦ୍‌ରେ ସମୂହ ନମାଜ ପାଠର ବ୍ୟବସ୍ଥା ହୋଇଛି । ପୁରା ଜିଲ୍ଲାରେ ଥିବା ୧୪୬ଟି ମସଜିଦ୍‌ରେ ନମାଜ ପାଠ ହୋଇଛି । ଏଥିପାଇଁ ଭଦ୍ରକ ସହର ସମେତ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ଥାନେ ସ୍ଥାନେ ପୋଲିସ ପକ୍ଷରୁ ମଧ୍ୟ ପାଟ୍ରୋଲିଂ କରାଯାଉଛି ।