ଭୁବନେଶ୍ବର ୨୧।୫: ବିମାନ ଯାତ୍ରୀଙ୍କ ପାଇଁ ଇବୋଲା ସତର୍କତା ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । କଂଗୋ, ଉଗାଣ୍ଡା ଓ ଦକ୍ଷିଣ ସୁଡାନରେ ଇବୋଲା କାୟା ମେଲାଇଛି । ସେଥିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହି ଦେଶରୁ ଆସିଥିବା ଯାତ୍ରୀମାନଙ୍କୁ ନେଇ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଭୁବନେଶ୍ବର ଏୟାରପୋର୍ଟରେ ମଧ୍ୟ ଏସବୁ ସତର୍କତା ଅବଲମ୍ବନ କରାଯିବ । ଇବୋଲା ରୋଗୀଙ୍କ ସଂସ୍ପର୍ଶରେ ଆସିବା ପରେ ବିମାନ ଯାତ୍ରା କରୁଥିଲେ, ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯିବ ।

Also Read:- ୩୦ ଯାଏଁ ଜଳିବ ସାରା ଓଡ଼ିଶା ! ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା, ଖରାକୁ ନବାହାରିବାକୁ ପରାମର୍ଶ

ଜ୍ୱର, ଦୁର୍ବଳତା, ମୁଣ୍ଡବିନ୍ଧା, ଗଣ୍ଠି ବିନ୍ଧା, ବାନ୍ତି, ଡାଇରିଆ, ରକ୍ତଶ୍ରାବ କି ଗଳାରେ ଦରଜ ହିଁ ଇବୋଲାର ଲକ୍ଷଣ । ଇବୋଲା ସଂକ୍ରମିତ ଦେଶରୁ ଆସୁଥିବା କୌଣସି ଯାତ୍ରୀ ପାଖରେ ଯଦି ୨୧ ଦିନ ଭିତରେ ଏହିସବୁ ଲକ୍ଷଣ ଦେଖାଯାଏ, ସେମାନେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଜ ଟ୍ରାଭେଲ ହିଷ୍ଟ୍ରି ଜଣାଇବେ ।