ଭୁବନେଶ୍ଵର ୨୭।୧୨ : ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ଵସ୍ତି। ଏଣିକି ଅନଲାଇନ୍ ସହ ଅଫଲାଇନରେ ବି ପୈଠ କରିହେବ ଇ-ଚାଲାଣ। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନଗଦ ଅର୍ଥ ଗ୍ରହଣ ପାଇଁ RTOଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଭାବେ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯିବ। ସେହିପରି ମୋବାଇଲ ନମ୍ବର ଅପଡେଟ ରଖି ନଥିବାରୁ OTP ପାଉ ନଥିବା ଗାଡ଼ି ମାଲିକ ଓ ଦୁର୍ବଳ ଇଣ୍ଟରନେଟ ଅଞ୍ଚଳର ଲୋକଙ୍କ ପାଇଁ ଏହି ନିୟମ ସହାୟକ ହେବ। ଅନଲାଇନରେ ପୂର୍ବ ଭଳି https://echallan.parivahan.gov.in/ ରେ ଇ- ଚାଲାଣ ପୈଠ କରିହେବ।

ବଢୁଛି ପ୍ରଦୂଷଣ । ଯାହାକି ପରିବେଶକୁ କ୍ଷତି ପହଞ୍ଚାଉଛି । ଗାଡ଼ି ସଂଖ୍ୟାରେ ବୃଦ୍ଧି ଏବଂ ସେଥିରୁ ନିର୍ଗତ ଧୁଆଁ ଲାଗି ପରିବେଶ ପ୍ରଦୂଷଣ ବଢିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ଉପରେ କଟକଣା ଲାଗୁ କରିବା ଏବଂ ଯେଉଁ ସବୁ ଗାଡ଼ି ପରିବେଶ ଅନୁକୁଳ ନୁହେ, ସେମାନଙ୍କ ପ୍ରଦୂଷଣ ନିଯନ୍ତ୍ରଣ ସାର୍ଟିଫିକେଟ୍‌ (PUC) ଦେବା ପାଇଁ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ଏଥିପାଇଁ ସାରା ରାଜ୍ୟରେ PUC ଟେଷ୍ଟିଂ  ଗାଡ଼ି ଆଗରେ ପ୍ରବଳ ଭିଡ଼ ହେଉଛି । ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେବେ ଯେଉଁମାନଙ୍କ ମୋବାଇଲ ନମ୍ବର ଅପଡେଟ୍ ନାହିଁ ସେମାନ ମଧ୍ୟ ଚାଲାଣ କାଟିବାରେ ହଇରାଣ ହେଉଛନ୍ତି । କାହିଁକି ନା ଓଟିପି ଆସୁନାହିଁ । ଯାହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଅଫଲାଇନ୍‌ରେ ବି ଚାଲାଣ କାଟିବକୁ ନିଷ୍ପତ୍ତି ନେଇଛି ।

ସେହିପରି ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ନିଷ୍ପତ୍ତିକୁ ଘୁଞ୍ଚାଯାଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା।