ବାରିପଦା: PRM ମେଡିକାଲ କଲେଜ ପରିସରରେ ଅଘଟଣ। କଲେଜର ୫ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ସୋମବାର ସନ୍ଧ୍ୟାରେ ପରିସରରେ ହଠାତ୍ ଚିତ୍କାର ଶବ୍ଦ ଶୁଭିଥିଲା। ପରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବାରୁ ଦେଖିବାକୁ ପାଇଥଲେ କର୍ମଚାରୀ।

ଖବର ପାଇ ଘଟଣାସ୍ଥଳରେ ମେଡିକାଲ କଲେଜର ସୁପରିଟେଣ୍ଡ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଥିଲେ, ଯୁବକଙ୍କ ପରିଚୟ ଜଣାପଡ଼ିନାହିଁ କିମ୍ବା ଆତ୍ମହତ୍ୟାର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ।

Updating...

You Can Also Read: ବିଦ୍ୟାଳୟରେ ଶିକ୍ଷକଙ୍କ କଳାକାରନାମା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଥାନାରେ ଅଟକ ପ୍ରଧାନଶିକ୍ଷକ​​​​​​​