ସୁନ୍ଦରଗଡ଼ ୧୬।୦୬ : ସୁନ୍ଦରଗଡ଼ କୁଣ୍ଡୁକେଲା କଇନ୍ତରା ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁଇଟି ହାଇଓ୍ୱା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାପରେ ଉଭୟ ଗାଡ଼ିରେ ନିଆଁ ଲଗାଯାଇଛି । ତେବେ ଏହି ଭୟଙ୍କର ଦୁର୍ଘଟଣାରେ ଦୁଇଟି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ପଟୁ ଯାଉଥିବା ଏକ ହାଇଓ୍ବାକୁ ସାମ୍ନା ପଟୁ ଆସୁଥିବା ଆଉ ଏକ ହାଇଓ୍ବାକୁ ଡିଭାଇଡର ଡେଇଁ ଧକ୍କା ଦେଇଥିଲ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ ଉଭୟ ହାଇଓ୍ବାରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଉଭୟ ଟ୍ରକ୍ରେ ବ୍ୟାପିଯାଇଥିଲା ନିଆଁ। ଉଭୟ ଗାଡିର ଡ୍ରାଇଭର ଗାଡ଼ି ଭିତରୁ ବାହାରି ପାରିନଥିଲେ । ଗାଡ଼ି ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଖବର ପାଇ ଭଷ୍ମା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Also Read:-ଆକ୍ସନରେ କେନ୍ଦୁଝର ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ସେପଟେ ବର୍ତ୍ତମାନ ସୁଦ୍ଧା ଦୁଇ ମୃତ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ରିପୋର୍ଟ ପରେ ମୃତ୍ୟୁ ନେଇ ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।