ୱାଶିଂଟନ୍ / ମିଆମି: ଇରାନ ସହ ଚାଲିଥିବା ଯୁଦ୍ଧ ଏବେ ପଞ୍ଚମ ସପ୍ତାହରେ ପହଞ୍ଚିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସଙ୍କେତ ଦେଇଛନ୍ତି। ଶୁକ୍ରବାର ଦିନ (ମାର୍ଚ୍ଚ ୨୭) ସେ ସ୍ପଷ୍ଟ କରିଛନ୍ତି ଯେ, ଯଦି ମଧ୍ୟପ୍ରାଚ୍ୟରେ ମିତ୍ର ରାଷ୍ଟ୍ରମାନେ ସାମରିକ ସହାୟତା ଦେବାକୁ ମନା କରନ୍ତି, ତେବେ ଆମେରିକା ନାଟୋର ସୁରକ୍ଷା ପ୍ରତିଶ୍ରୁତିରୁ ଓହରି ଯାଇପାରେ। 'ପ୍ରିନ୍ସ ସୁଲତାନ ଏୟାର ବେସ୍'ରେ ୧୦ ଜଣ ଆମେରିକୀୟ ସୈନିକ ଆହତ ହେବା ପରେ ହରମୁଜ୍ ଜଳପଥର ସୁରକ୍ଷା ପାଇଁ ୟୁରୋପୀୟ ଦେଶଗୁଡ଼ିକର ଅନିଚ୍ଛାକୁ ନେଇ ସେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Also Read: US Iran War: ୟୁଏଇରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଦୁବାଇରେ ମିସାଇଲ୍ ମାଡ଼ କଲା ଇରାନ୍


'ଆମେ କାହିଁକି ସେମାନଙ୍କ ସାଥୀରେ ରହିବୁ?' ନାଟୋକୁ ନେଇ ଟ୍ରମ୍ପଙ୍କ ପ୍ରଶ୍ନ
ମିଆମିରେ ଆୟୋଜିତ ଏକ ଅର୍ଥନୈତିକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଟ୍ରମ୍ପ କହିଛନ୍ତି, "ସେମାନେ ଆମ ସାଥୀରେ ନଥିଲେ। ଆମେ ନାଟୋ ପାଇଁ ବର୍ଷକୁ ଶହ ଶହ ବିଲିୟନ ଡଲାର ଖର୍ଚ୍ଚ କରୁଛୁ ଏବଂ ସେମାନଙ୍କୁ ସୁରକ୍ଷା ଦେଉଛୁ। ଆମେ ସବୁବେଳେ ସେମାନଙ୍କ ସାଥୀରେ ଥିଲୁ, କିନ୍ତୁ ଏବେ ସେମାନଙ୍କ କାର୍ଯ୍ୟକଳାପ ଦେଖିଲା ପରେ ଲାଗୁଛି ଯେ ଆମକୁ ଆଉ ସେମାନଙ୍କ ସାଥୀରେ ରହିବାର ଆବଶ୍ୟକତା ନାହିଁ।"


 ହରମୁଜ୍ ଜଳପଥରେ ସଙ୍କଟ: ଫେବୃଆରୀ ୨୮ ରେ ଇରାନ ବିରୋଧରେ ଆମେରିକା-ଇସ୍ରାଏଲର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ଟ୍ରମ୍ପ ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ରମାନଙ୍କ ନିକଟରୁ ସେନା ସହାୟତା ଆଶା କରୁଥିଲେ। କିନ୍ତୁ ସେମାନଙ୍କ ଅନିଚ୍ଛା ତାଙ୍କୁ ନିରାଶ କରିଛି। ଯୁଦ୍ଧ ଆରମ୍ଭରୁ ଇରାନ ଏହି ପ୍ରମୁଖ ସିପିଂ ଚ୍ୟାନେଲକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି, ଯେଉଁ ବାଟ ଦେଇ ପ୍ରତିଦିନ ବିଶ୍ୱର ଏକ-ପଞ୍ଚମାଂଶ ଅଶୋଧିତ ତୈଳ ଏବଂ ଏକ-ଚତୁର୍ଥାଂଶ ତରଳ ପ୍ରାକୃତିକ ଗ୍ୟାସ୍ (LNG) ପରିବହନ ହୋଇଥାଏ। ଏହି ଜଳପଥ ବନ୍ଦ ହେବା ଫଳରେ ବିଶ୍ୱବ୍ୟାପୀ ଶକ୍ତି ଦର ହୁ ହୁ ହୋଇ ବୃଦ୍ଧି ପାଇଛି।
ମିତ୍ର ରାଷ୍ଟ୍ରଙ୍କ ଆଭିମୁଖ୍ୟ: ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଜାପାନ ସମେତ ୬ଟି ପ୍ରମୁଖ ଶକ୍ତିଶାଳୀ ଦେଶ କେବଳ "ଉପଯୁକ୍ତ ପ୍ରୟାସରେ ସହଯୋଗ" କରିବାକୁ ପ୍ରସ୍ତୁତ ଥିବା କହୁଛନ୍ତି, କିନ୍ତୁ ଆମେରିକାକୁ ସାମରିକ କ୍ଷେତ୍ରରେ କୌଣସି ଦୃଢ଼ ପ୍ରତିଶ୍ରୁତି ଦେଇନାହାଁନ୍ତି।
Also Read: Iran US warକୁ ପୁରିଲା ମାସେ, ଇରାନ ରାଷ୍ଟ୍ରପତି ପେଜେଶ୍‌କିୟାନଙ୍କ ବଡ଼ ଧମକ, ଜାଣନ୍ତୁ କହିଲେ କ’ଣ?

​​​​​​​
ନାଟୋ ସଦସ୍ୟଙ୍କୁ 'କାପୁରୁଷ' (COWARDS) କହିଲେ ଟ୍ରମ୍ପ